STORYMIRROR

Sachidananda Kar

Children

3  

Sachidananda Kar

Children

ଫୁଲ ଓ ଫଗୁଣ

ଫୁଲ ଓ ଫଗୁଣ

1 min
135

    ଫୁଟିଲେ ଯିଏ ଚଉଦିଗକୁ

        ଚହଟିଯାଏ ବାସ

    ମଧୁ ଆଶାରେ ମଧୁପମାନେ

        ଆସନ୍ତି ଯା'ର ପାଶ

        ନାଆଁଟି ତା'ର ଫୁଲ

    ସୁନ୍ଦର ପଣେ ସାରାଜଗତେ

        କାହିଁ କେ' ତା'ର ତୁଲ ।। 


    ପାଖୁଡ଼ା ଦେହେ ସଜାଏ ଯିଏ

        ନାଲି ଗୋଲାପୀ ରଙ୍ଗ

    ପବନେ ଝୁଲି ବଗିଚା କୋଳେ

        ଦେଖାଏ ନାନା ଢଙ୍ଗ

        ଅମୂଲ ତା'ର ମୂଲ

    ଗୁଣରେ ତା'ର ନାହିଁରେ ଖୁଣ

        ଫୁଲ ଅଟେ ସେ ଫୁଲ ।।

   

    ଧରାକୁ ଯିଏ ଆସିଲେ ପଶି

        ପଳେଇଯାଏ ଶୀତ

    ମଧୁର ସୁରେ କୋଇଲି ନାନୀ

        ଗାଏ ତାହାର ଗୀତ

        ଫଗୁଣ ପରା ସିଏ

    ଜୀବନେ ତା'ର ମିଠା ପରଶ

        ପାଇନି ପୁଣି କିଏ ।। 


    ମଳୟ ଯିଏ ପରଶି ଦିଏ

        ସବୁରି ମନ ଜାଣି

    ତରୁଶାଖାକୁ ନୂଆ ପତର

        ଯେ' ପୁଣି ଦିଏ ଆଣି

        ନୁହେଁ ସେ ଆଉ କିଏ

    ତା' ପାଇଁ ହସେ ଫୁଲ ବଗିଚା

        ଫଗୁଣ ଅଟେ ସିଏ ।। 


    ଫୁଲ ଫଗୁଣ ଏକାଠି ହେଲେ

        ବଢଇ ଧରା ଶୋଭା

    ଯେଣିକି ଚାହଁ ଆହା ସେ କେଡ଼େ

        ଦିଶଇ ମନଲୋଭା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children