ଫୁଲୱାମାର ଧୂମକେତୁ
ଫୁଲୱାମାର ଧୂମକେତୁ
ଦୁଇ ହଜାର ଉଣେଇଶ ସାଲ
ଫେବୃୟାରୀ ମାସ ଥିଲା
ଚଉଦ ତାରିଖ ପ୍ରେମ ଦିବସ ତ
ପାଳିତ ଯେ ହେଉଥିଲା ।
ପ୍ରେମ ଦିବସରେ ତୁମ ଦେଶ ପ୍ରେମ
ଆଲେଖ୍ୟ ଯେ ଆଙ୍କି ଦେଲ
ଦେଶ ପ୍ରେମେ ପଡି ତୁମେ ଜୀବନକୁ
ଧନ୍ୟ ମନେ କରୁଥିଲ ।
କେଉଁଠୁ ଆସିଲା ଧୂମକେତୁ ପୁଣି
ତୁମ ଅଗୋଚରେ ଥିଲା
ଉଭା ହୋଇ ତୁମ ଜୀବନ ପର୍ବ୍ଦରେ
ପୂର୍ଣ୍ଣଛେଦ ଟାଣି ଦେଲା ।
ଏକା ସଙ୍ଗେ ନେଲା ଚାଳିଶ ଜୀବନ
ହଲ ଚଲ ସୃଷ୍ଟି ହେଲା
ସାରା ଭାରତରେ ଶୋକ ର ଛାୟା ହେ
ସଭିଙ୍କୁ ବ୍ୟଥିତ କଲା ।
ଦେଶ ପ୍ରେମ ତୁମ ସର୍ବାର୍ଗରେ ଥିଲା
ପ୍ରେମରେ ଜୀବନ ଦେଲ
ପ୍ରେମ ଦିବସରେ ଅମଳିନ ପ୍ରେମ
ବାର୍ତ୍ତା ଯେ ଶୁଣାଇ ଦେଲ ।
ପିତା ମାତା ପ୍ରେମେ ବାନ୍ଧି ନ ହୋଇ ଯେ
ଦେଶ ପ୍ରେମେ ବାନ୍ଧି ହେଲ
କର୍ମର ଆହ୍ଵାନେ ପିତା ମାତା ମୋହ
ତୁମେ ତ୍ୟାଗ କରିଥିଲ ।
ପ୍ରିୟାର ପ୍ରେମରେ ବାନ୍ଧି ନ ହୋଇ ଯେ
ଦୂରେ ଅନୁଭବ କଲ
ବରଫେ, ପାହାଡ଼େ, ଜଙ୍ଗଲରେ ତୁମେ
ସମୟ ବିତାଇ ଥିଲ ।
ପ୍ରେମର ତାଲିକା ତୁମ ଲମ୍ବା ଥିଲା
ସର୍ବାର୍ଗରେ ଦେଶପ୍ରେମ
ଦେଶ ମାତୃକାର ପ୍ରେମ ଅନୁଭବ
ସଭିଙ୍କୁ ବୁଝାଇ ଥିଲ ।
ତୁମେ ଲଢୁ ଥିଲ ଶତ୍ରୁ ଙ୍କ ସଙ୍ଗରେ
ଗର୍ବିତ ଯେ ପରିବାର
ନିଶ୍ଚିନ୍ତ ନିଦରେ ଆମେ ଶୋଉ ଥିଲୁ
ଦେଶ ହେଉଥିଲା କ୍ରୁଦ୍ଧ ।
ଚାଳିଶିଟି ପରିବାରରେ ତୁମେ ହେ
ଶୂନ୍ୟ ସ୍ଥାନ ସୃଷ୍ଟି କଲ
ପିତା, ପୁତ୍ର ଅବା ଭାଇର ସ୍ଥାନଟି
ଖାଲି କରି ଦେଇ ଗଲ ।
ପତ୍ନୀର ମଥାରୁ ସିନ୍ଦୁର ଯେ ଗଲା
ସନ୍ତାନ ମୁଣ୍ଡରୁ ହାତ
ଦେଶରୁ ହଜିଲ ବୀର ସୈନିକ ହେ
ଦେଶ ହେଲା କ୍ରୋଧାନ୍ୱିତ ।
ଧୂମକେତୁ ଆସି ଜାଳି ଦେଇ ଗଲା
କେତେ ଯେ ସ୍ୱପ୍ନ ମହଲ
ଅଧୁରା ରହିଲା କେତେ ଯେ ସପନ
ଅବଶେଷେ ଶୋଇ ଗଲ ।
ମାଆର ପଣତ ପତ୍ନୀର ପ୍ରେମକୁ
ଧୂମକେତୁ ଜାଳି ଦେଲା
ସାରା ଦେଶେ ଖାଲି ହା ହା କାର ହେଲା
ନିଆଁ ଯେ ବରଷୁ ଥିଲା ।
ଚାଳିଶି ବଦଳେ ତିନି ଶହ ଗଲେ
ତୁମ ସ୍ଥାନ ଖାଲି ଥିଲା
(ଦେଲେ) ଅପୂରଣୀୟ ଯେ ତୁମ ଇଚ୍ଛା ସବୁ
ପାଉଁଶ ଯେ ହୋଇ ଗଲା ।
ଆଖି ଦେଖି ନାହିଁ ଅନୁଭବ ଆଜି
ମନରେ ବେଦନା ଭରେ
ପ୍ରେମ ଦିବସରେ ତୁମ କଥା ସବୁ
ଭୁଲି ତ ନ ହୁଏ କେବେ ।
ହେ ବୀର ସହିଦ୍ କରୁଛୁ ପ୍ରଣାମ
ଶ୍ରଦ୍ଧାର କୁସୁମ ଦେଇ
ସଲାମ୍ କରୁଛୁ ହେ ବୀର
ପ୍ରେମର ବାରତା ଦେଇ ।