STORYMIRROR

Satyabati Swain

Romance

4  

Satyabati Swain

Romance

ଫୁ କରି ଦେଇ

ଫୁ କରି ଦେଇ

1 min
248


ଆଖି ବୁଜିଦେଲେ

ଏଇ ଯେମିତି ଲାଗୁଛି

କାଲି ପରି

ଏତେ ଶୀଘ୍ର ଘଣ୍ଟା କଣ୍ଟା

ପହଞ୍ଚିଗଲା ଏଇଠି !

ସମୟ ପର ଲଗେଇ

ଆମକୁ ନେଇ ଆସିଲା

ଏଯାଏ ଉଡେଇ !


ହଁ ସବୁ ତ ଥିଲା

ନଥିଲା ମୋ ଜୀବନେ 

ତୁମ ହାତର ଲଉଡ଼ି

ଛାତିର ଛାତ

ଏବଂ ସୁରକ୍ଷିତ ସ୍ୱପ୍ନ ଭର୍ତ୍ତୀ ପୃଥିବୀଟେ।


ତୁମେ ଆସିଲ

ମୋ ହୃଦୟେ ହୋଇ 

ସ୍ନେହ,ପ୍ରେମ ସୁନାବ୍ୟା ଗଙ୍ଗା

ନାଲି ସୂର୍ଯ୍ୟ ହସିଲେ  

ମୋ ମଥା ଆକାଶରେ କିରି କିରି

ରୁଣୁଝୁଣୁ ସଙ୍ଗୀତ ମୂର୍ଚ୍ଛନା ଗାଇଲେ ଚୁଡି

ପାଉଁଜି ହୋଇଗଲେ ମୀରାବାଈ

ଝୁଣ୍ଟିଆ ପଗୁଣ ଗାଁର ବଉଳ ବାସ୍ନାରେ

ବିହ୍ଵଳିତ ହେଲେ

ମଙ୍ଗଳ ସୂତ୍ର ଚୋରା ଚଇତାଳିର

ମୃଦୁ ମଳୟ ସ୍ପର୍ଶ ଦେଲେ

ବୁକୁରେ ଓ ବେକରେ

ରଙ୍ଗ ଅବିରରେ

ଛାଇଗଲା ଜୀବନ

ତୁମେ ହୋଇଗଲେ

ସ୍ଥାୟୀ ଠିକଣା ଏବଂ ପରିଚୟ ମୋର।


ମୋ ଭିତର ହୋଇଗଲା ତୁମେ ମୟ

ଜୀବନ,ଜୀଇଁବା,ସ୍ୱପ୍ନ,ଆଶା

ଖୁବ୍ ହସିଲେ

ସବୁଜ ସବୁଜ ,ବଗିଚା ବଗିଚା ହୋଇ

ଚମତ୍କାର ଫୁଲ ଫୁଟି ନାଚିଲେ ବିଭୋରେ।


ସତରେ ତୁମେ ସାନିଧ୍ୟ

ଅଜବ ଏକ ନିଶାଶକ୍ତ କଲା

ଅଦ୍ଭୁତ ଏକ ଆକର୍ଷଣ

ମୋତେ ବେକାବୁ କଲେ

ଚିର ଇପ୍ସିତ ବ୍ୟକ୍ତି ତୁମେ

ମୋ ଆତ୍ମା ସହ ମିଶିଗଲ

ଜୀବନରେ ତୁମ ସହ

ଅକାତରର ଭରସା ବିଶ୍ବାସ ନେଇ

ବାଣ୍ଟି ଚାଲିଛି

ମୋ ମନ,ହୃଦୟ,ପସନ୍ଦ ନା ପସନ୍ଦ

ଖୁସି ଖୁସି

ଏମିତିକି ନିଜକୁ।


ତୁମେ ପାଖେ ଥିଲେ

ବିଚିତ୍ର ଏବଂ ଅଦ୍ଭୁତ ଏକ ଅନୁଭବ

ମୋ ଭିତରେ ଖୁସି ଉର୍ଜା ସୃଷ୍ଟି କରନ୍ତି

ନିର୍ଭୟରେ 

ଜୀଇଁ ଯାଏ

ଖରା, ଶୀତ, ବର୍ଷା କି ବତାସକୁ

ଫୁ କରି ଦେଇ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance