ଫଳନ୍ତି ବୃକ୍ଷ୍ୟ ତଳାୟମାନ
ଫଳନ୍ତି ବୃକ୍ଷ୍ୟ ତଳାୟମାନ
ସର୍ବଦା ଫଳନ୍ତି ବୃକ୍ଷ ତଳାୟମାନ
ବିନା ଫଳେ ବୃକ୍ଷ ଶୀର୍ଷାୟମାନ
ଫଳନ୍ତି ବୃକ୍ଷ ସଭିଙ୍କୁ ବାଣ୍ଟଇ ଫଳ
ଜନହିତ ପାଇଁ ଦେଲେ ଖୁସି ପ୍ରବଳ
ଠିକ୍ ସେମିତି ଜ୍ଞାନୀ ଗୁଣୀ ମଣିଷ
ଜ୍ଞାନ ବାଣ୍ଟିବାରେ ନ ଥାଏ ଅଳସ
ପ୍ରକୃତ ଜ୍ଞାନୀ କେବେ କରେନି ଗର୍ବ
ଜ୍ଞାନରୁ ମିଳେ ତାକୁ ହିଁ ସ୍ୱର୍ଗ
ଅଧା ଗୁଣିଆ କରେ ସବୁ ଛିନ୍ ଛତର
ଗର୍ବରେ ଛାତି ଏ ଘର ସେ ଘର
ଟିକେ ସଫଳତାରେ ନର ଏମିତି ଦିଶେ
ଯେମିତି ଉଇ ଉଖା ଉପରକୁ ପିମ୍ପୁଡି ଆସେ
ଅହଂକାରରେ ତାର ଛାତି ଭରପୂର
ଜାଣେ ନାହିଁ ତା ଉପରେ ଜଣେ ସିକନ୍ଦର
ନିଜକୁ କେବେ ଭାବ ନାହିଁ ଶ୍ରେଷ୍ଠ
ଏହି ଅହଂକାର କରିଦିଏ ସବୁ ନଷ୍ଟ
ମୁଁ କରିପାରେ ଏହା ଅଟେ ଆତ୍ମବିଶ୍ୱାସ
କେବଳ ମୁଁ ଭରିଦିଏ ଜୀବନେ ବିଷ
ଫଳନ୍ତି ବୃକ୍ଷରୁ କିଛି ଶିଖିବାର ଅଛି
ଗର୍ବକୁ ତ୍ୟାଗ କର ଯେତେଦିନ ଅଛି ।।