STORYMIRROR

Rakesh Kumar Das

Inspirational

3  

Rakesh Kumar Das

Inspirational

ଫଳନ୍ତି  ବୃକ୍ଷ୍ୟ ତଳାୟମାନ

ଫଳନ୍ତି  ବୃକ୍ଷ୍ୟ ତଳାୟମାନ

1 min
55


ସର୍ବଦା ଫଳନ୍ତି ବୃକ୍ଷ ତଳାୟମାନ

        ବିନା ଫଳେ ବୃକ୍ଷ ଶୀର୍ଷାୟମାନ

ଫଳନ୍ତି ବୃକ୍ଷ ସଭିଙ୍କୁ ବାଣ୍ଟଇ ଫଳ

        ଜନହିତ ପାଇଁ ଦେଲେ ଖୁସି ପ୍ରବଳ

 ଠିକ୍ ସେମିତି ଜ୍ଞାନୀ ଗୁଣୀ ମଣିଷ

        ଜ୍ଞାନ ବାଣ୍ଟିବାରେ ନ ଥାଏ ଅଳସ

ପ୍ରକୃତ ଜ୍ଞାନୀ କେବେ କରେନି ଗର୍ବ

        ଜ୍ଞାନରୁ ମିଳେ ତାକୁ ହିଁ ସ୍ୱର୍ଗ

ଅଧା ଗୁଣିଆ କରେ ସବୁ ଛିନ୍ ଛତର

        ଗର୍ବରେ ଛାତି ଏ ଘର ସେ ଘର 

ଟିକେ ସଫଳତାରେ ନର ଏମିତି ଦିଶେ 

     ଯେମିତି ଉଇ ଉଖା ଉପରକୁ ପିମ୍ପୁଡି ଆସେ 

ଅହଂକାରରେ ତାର ଛାତି ଭରପୂର

      ଜାଣେ ନାହିଁ ତା ଉପରେ ଜଣେ ସିକନ୍ଦର

ନିଜକୁ କେବେ ଭାବ ନାହିଁ ଶ୍ରେଷ୍ଠ

        ଏହି ଅହଂକାର କରିଦିଏ ସବୁ ନଷ୍ଟ

ମୁଁ କରିପାରେ ଏହା ଅଟେ ଆତ୍ମବିଶ୍ୱାସ

        କେବଳ ମୁଁ ଭରିଦିଏ ଜୀବନେ ବିଷ 

ଫଳନ୍ତି ବୃକ୍ଷରୁ କିଛି ଶିଖିବାର ଅଛି

      ଗର୍ବକୁ ତ୍ୟାଗ କର ଯେତେଦିନ ଅଛି ।।


    

                







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational