ଉତ୍ତମ ସଂସ୍କାର
ଉତ୍ତମ ସଂସ୍କାର


ସଂସ୍କାର ଶବ୍ଦଟି ସମସ୍ତଙ୍କ ପାଇଁ ଅଟଇ ମହାନ
କରିଥାଏ ସମାଜେ ସେ ସଭିଙ୍କୁ ଆହ୍ବାନ
ଶିଶୁ ଟିଏ ଅଟେ ପରା ମାଟିର ପିଣ୍ଡୁଳା
ଉତ୍ତମ ସଂସ୍କାର ତାକୁ କରେ ଯେ ସବଳା ।
ସଂସ୍କାର ବିନା ହୁଏ ତାର ପଥଭ୍ରଷ୍ଟ
ଯଦି ମିଳିଯାଏ କାହୁଁ ହବ ସେ ନଷ୍ଟ
ନିବୃତ ରଖ ଖରାପ କାମରୁ ନିଜ ନିଜ ସନ୍ତାନକୁ
ବିଗିଡ଼ି ଗଲେ ସବୁ ସରିଯିବ ହାତ ନ ପାଇବ ପଛକୁ ।
ପ୍ରଥମ ସଂସ୍କାର ମିଳିଥାଏ ତାକୁ ନିଜ ନିଜ ପରିବାରୁ
ପରିବାର ଯଦି ହୋଇଥାଏ ଭ୍ରଷ୍ଟ ଯିବ ସେ ହାତ ପାହାନ୍ତାରୁ
ମାଟି ପିଣ୍ଡୁଳାକୁ ଯେମିତି ଗଢ଼ିବ ହୋଇପାରେ ପୂଜାମୁର୍ତ୍ତି
ସାବଧାନ ଟିକେ ନ ବର୍ତ୍ତିଲେ ହୋଇଯିବ ସମାଜୁ ବିଚ୍ୟୁତି ।