STORYMIRROR

Rakesh Kumar Das

Others

2  

Rakesh Kumar Das

Others

ରାକ୍ଷୀ ରହିଲା ସାକ୍ଷୀ

ରାକ୍ଷୀ ରହିଲା ସାକ୍ଷୀ

1 min
36


ଭାଇ ଭଉଣୀର ଅତୁଟ ବନ୍ଧନ

ତାକୁ ଦୃଢ଼ କରେ ରକ୍ଷା ବନ୍ଧନ

ଲୁହ ଦେବି ନାହିିଁ ଭଉଣୀର ଆଖି

ରାକ୍ଷୀ ପୂର୍ଣ୍ଣିମା ରେ ରହିଲା ସାକ୍ଷୀ

ବିପଦେ ଆପଦେ ରକ୍ଷା କରିବି 

ସର୍ବଦା ତୋର ସାଥୀରେ ଥିବି

ବର୍ଷକେ ଥରେ ଆସେ ପୂର୍ଣ୍ଣିମା

ରକ୍ଷୀ ବାନ୍ଧିଦେବ ମୋ କୁନିମା

ରକ୍ଷାବନ୍ଧନ ପ୍ରେମ ସ୍ନେହର ପ୍ରତୀକ

ଦୁଃଖ ଦେବ ନାହିଁ ଭାଇ ଯେତେକ

ଜଗା ବଳିଆ ହାତରେ ରାକ୍ଷୀ ବାନ୍ଧି

ସୁଭଦ୍ରା ଖୁଆଏ ନିଜ ହାତରେ ରାନ୍ଧି

ଆହାଃ କି ମନୋରମ ତାଙ୍କ ଭଲପାଇବା 

ଦେଖିଦେଲେ ସଭିଏଁ ମୋକ୍ଷ ପାଇବା

ଯେବେ ଦୁଶାସନ ବସ୍ତ୍ର ହରଣ କରନ୍ତି

ଭାଇ କୃଷ୍ଣ ସ୍ୱୟଂ ଆସି ବଞ୍ଚାଇଥାନ୍ତି

ଭାଇ ଭଉଣୀ ର ପ୍ରେମ ଅତ୍ୟନ୍ତ ନିବିଡ

ଅଲଗା ହେବେ ନାହିଁ ଆସୁ ଯେତେ ଝଡ଼ 

ସମସ୍ତଙ୍କୁ ମୋର ରକ୍ଷା ବନ୍ଧନ ର ଶୁଭେଚ୍ଛା

ଭଗବାନ ପୂରଣ କରନ୍ତୁ ସବୁ ମନବାଞ୍ଛା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍