ରାକ୍ଷୀ ରହିଲା ସାକ୍ଷୀ
ରାକ୍ଷୀ ରହିଲା ସାକ୍ଷୀ


ଭାଇ ଭଉଣୀର ଅତୁଟ ବନ୍ଧନ
ତାକୁ ଦୃଢ଼ କରେ ରକ୍ଷା ବନ୍ଧନ
ଲୁହ ଦେବି ନାହିିଁ ଭଉଣୀର ଆଖି
ରାକ୍ଷୀ ପୂର୍ଣ୍ଣିମା ରେ ରହିଲା ସାକ୍ଷୀ
ବିପଦେ ଆପଦେ ରକ୍ଷା କରିବି
ସର୍ବଦା ତୋର ସାଥୀରେ ଥିବି
ବର୍ଷକେ ଥରେ ଆସେ ପୂର୍ଣ୍ଣିମା
ରକ୍ଷୀ ବାନ୍ଧିଦେବ ମୋ କୁନିମା
ରକ୍ଷାବନ୍ଧନ ପ୍ରେମ ସ୍ନେହର ପ୍ରତୀକ
ଦୁଃଖ ଦେବ ନାହିଁ ଭାଇ ଯେତେକ
ଜଗା ବଳିଆ ହାତରେ ରାକ୍ଷୀ ବାନ୍ଧି
ସୁଭଦ୍ରା ଖୁଆଏ ନିଜ ହାତରେ ରାନ୍ଧି
ଆହାଃ କି ମନୋରମ ତାଙ୍କ ଭଲପାଇବା
ଦେଖିଦେଲେ ସଭିଏଁ ମୋକ୍ଷ ପାଇବା
ଯେବେ ଦୁଶାସନ ବସ୍ତ୍ର ହରଣ କରନ୍ତି
ଭାଇ କୃଷ୍ଣ ସ୍ୱୟଂ ଆସି ବଞ୍ଚାଇଥାନ୍ତି
ଭାଇ ଭଉଣୀ ର ପ୍ରେମ ଅତ୍ୟନ୍ତ ନିବିଡ
ଅଲଗା ହେବେ ନାହିଁ ଆସୁ ଯେତେ ଝଡ଼
ସମସ୍ତଙ୍କୁ ମୋର ରକ୍ଷା ବନ୍ଧନ ର ଶୁଭେଚ୍ଛା
ଭଗବାନ ପୂରଣ କରନ୍ତୁ ସବୁ ମନବାଞ୍ଛା ।।