STORYMIRROR

Rakesh Kumar Das

Inspirational

3  

Rakesh Kumar Das

Inspirational

ମୋ ମାଟି ମାଁ ଓଡ଼ିଶା

ମୋ ମାଟି ମାଁ ଓଡ଼ିଶା

1 min
279

ମୋ ଓଡ଼ିଶା ପରି ନାହିଁ କେଉଁ ରାଜ୍ୟ

            ଦେଶ ବିଦେଶରେ ହୁଏ ଆଦରର ଭାଜ୍ୟ

ଓଡ଼ିଶା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ

           ପ୍ରସିଦ୍ଧି ଆଣିଛି ରାଜ୍ୟରେ ତାର ନିଜ କାମ

ଦୟାନଦୀ କୂଳରେ ଅଶୋକ ପରିବର୍ତ୍ତନ ହେଲେ

        ରକ୍ତପାତରେ ବ୍ୟଥିତ ବୌଦ୍ଧଧର୍ମ ଗ୍ରହଣ କଲେ

ଏକ ଅପ୍ରେଲକୁ ଉତ୍କଳ ଦିବସ ମନାଯାଏ

         କ୍ଷେତ୍ରଫଳ ଦୃଷ୍ଟିରେ ଓଡ଼ିଶା ନବମେ ରହିଥାଏ

ଝାରଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ର, ଛତିଶଗଡ଼ ଘେରିରହିଛି

       ପୁରୀ ରେ ରହି ଜଗା ସାରା ଓଡ଼ିଶାକୁ ଜଗିଅଛି

ତିରିଶ ଜିଲ୍ଲାକୁ ନେଇ ଓଡ଼ିଶା ଗଠିତ ପରା

         ବାର ମାସେ ତେର ପରବ ଆଉ ଜାନିଯାତରା

ଓଡ଼ିଶାର ହୀରାକୁଦ ବନ୍ଧ ବିଶ୍ୱରେ ଲମ୍ବା ସବୁଠୁ

    ରାଜଧାନୀ ଭୁବନେଶ୍ୱରଠୁ ସୁବିଧା ମିଳିବ ବା କେଉଁଠୁ

ଆମ ଓଡ଼ିଶୀ ନୃତ୍ୟ ଲାଗେ ସବୁଠୁ ବଢ଼ିଆ

        ପିପିଲି ର ଚାନ୍ଦୁଆ କୁ ସାକ୍ଷୀଗୋପାଳର ନଡ଼ିଆ

ପୁରୀ କୋଣାରକ ଲିଙ୍ଗରାଜ ଯେତେସବୁ ମନ୍ଦିର

       ଅନ୍ୟନାମ ଭୁବନେଶ୍ୱରର ମନ୍ଦିରମାଳିନୀ ନଗର

ରଥଯାତରାକୁ ଧନୁ ଯାତରା ଆଣେ ଅନେକ ପ୍ରସିଦ୍ଧି

      ଅନେକ ମୁନିଋଷି ପ୍ରାପତ କରିଅଛନ୍ତି ଯେ ସିଦ୍ଧି

ବୀରପୁତ୍ର ବିଜୁବାବୁ ସୁରେନ୍ଦ୍ର ହଉ ଅବା ଜଗବନ୍ଧୁ

       ଓଡ଼ିଶା କୁ ସାହା ହୁଅ ସର୍ବଦା ହେ ଦୀନବନ୍ଧୁ ।।

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational