ଆଦର୍ଶ ଗୁରୁ
ଆଦର୍ଶ ଗୁରୁ


ଗୁରୁ ପୂଜନୀୟ ଗୁରୁ ବନ୍ଦନୀୟ
ସକଳ ତୀର୍ଥ ତାଙ୍କରି ଚରଣେ,
ଗୁରୁ ବିନୁ ଜୀବନ ଅନ୍ଧାର
ରହିଥାଅ ସର୍ବଦା ତାଙ୍କ ଶରଣେ ।
ଗୁରୁ ପଥପ୍ରଦର୍ଶକ , ବୁଦ୍ଧିବର୍ଦ୍ଧକ ଏବଂ
ଅଜ୍ଞାନନାଶକ ଭଳି ଗୁଣର ଅଧିକାରୀ,
ଭାଗ୍ୟଶାଳୀ ବୋଲି ସଂସାର ଜାଣିବ
ଗୁରୁଙ୍କ ଛତ୍ରଛାୟାରେ ହେବ ଶ୍ରଦ୍ଧାସବୁରୀ ।
ଗୁରୁ ପାଇଁ ଅଭାବ ସଂଜ୍ଞା
ଅଭାବ ପୁଣି ବିଶେଷ୍ୟ ବିଶେଷଣ,
ଖୋଜି ଜାଣିଲେ ମିଳିଯିବେ ଚତୁର୍ଦିଗେ
ପୂରୁବ ପଶ୍ଚିମ ଉତ୍ତର ଦକ୍ଷିଣ ।
ସଂସାର ମଧ୍ୟେ ପ୍ରଥମ ଶିକ୍ଷାଗୁରୁ ରୂପେ
ଯାଏ ପିତାମାତାଙ୍କୁ ଏହାର ଶ୍ରେୟ ,
ତାଙ୍କ ଅଶୀର୍ବାଦେ ଭବିଷ୍ୟ ଉଜ୍ଜ୍ୱଳ
ଅଭାବ ରୁହେନି ଖାଦ୍ୟ,ବସ୍ତ୍ର, ଆଶ୍ରୟ।
ଅଙ୍ଗନବାଡ଼ିରୁ ଆରମ୍ଭୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ
ସମସ୍ତ ଗୁରୁଙ୍କ ରହିଛି ସମାନ ଭୂମିକା,
ମାଟି ପିଣ୍ଡୁଳାକୁ ମୂର୍ତ୍ତିର ରୂପ ଦେଇ
ବନିଯାଆନ୍ତି ଶ୍ରେଷ୍ଠ ବ୍ୟକ୍ତି ଦାମିକା ।
ଶିକ୍ଷା ଗ୍ରହଣ ପାଇଁ ଲୋଡ଼ା ହୁଏ ନାହିଁ
ବଡ଼ ବଡ଼ ମହଲ ସୁସଜ୍ଜିତ ବିଦ୍ୟାଳୟ,
ଯଦି ମିଳିଯାଏ ଉତ୍ତମ ଆଦର୍ଶ ଗୁରୁ
ଯେଉଁ ସ୍ଥାନ ହେଉ ବନିଯାଏ ଦେବାଳୟ ।
କେବଳ ବିଦ୍ୟାଳୟର ଶ୍ରେଣୀରେ ପଢ଼ାଉଥିବା
ବ୍ୟକ୍ତିକୁ ଗୁରୁ କୁହାଯାଇ ନ ପାରେ ,
ସଠିକ ମାର୍ଗ ଦେଖାଉଥିବା ପ୍ରତ୍ୟେକ ବ୍ୟକ୍ତି
ଉତ୍ତମ ଗୁରୁ ମଧ୍ୟ ହୋଇପାରେ ।