ସୃଷ୍ଟିର ସ୍ରଷ୍ଟା ମା
ସୃଷ୍ଟିର ସ୍ରଷ୍ଟା ମା
ମା ପାଇଁ ନ ଥାଏ କୌଣସି
ଦିବସ , ତିଥି ଏବଂ ମାସ ,
ସୁନ୍ଦର ସୃଷ୍ଟିର ସ୍ରଷ୍ଟା ସେ
ତା ଠୁ ଆରମ୍ଭ ତା ଠୁ ଶେଷ ।
ତା ପାଇଁ ଶିଶୁଟି ଦୁନିଆ ଦେଖେ
ତା ପାଇଁ ପୁଣି ପାଏ ଶକତି ,
ସବୁ ପରିସ୍ଥିତିରେ ହାରେନା ସେ
ତା ମା ପାଇଁ ତାକୁ ମିଳେ ଶାନ୍ତି ।
ରୂପ ଯେମିତି ହେଉନା କାହିଁକି
ମା ପାଇଁ ସନ୍ତାନ ସର୍ବଦା ସୁନ୍ଦର ,
କିଏ ବା ହୋଇ ପାରେ ତା ଠୁ ସୁନ୍ଦର
ସେ ଯେ ମନମୋହକ ଯାଦୁଗର ।
ଭୁଲ ହେଲେ ସମସ୍ତଙ୍କ ଆଗେ
ସିନା ଗାଳି କରେ କି ବାଡ଼ାଏ ,
କିନ୍ତୁ ମନେ ମନେ ବହୁତ କାନ୍ଦେ
ଶରଧାରେ ପୁଣି ପିଠି ଆଉଁସି ଖୁଆଏ ।
ଶରୀର ଅସୁସ୍ଥ ସମୟେ ଯଦି କିଏ
ହୃଦୟରୁ କାନ୍ଦେ ସେ ହେଉଛି ମା ,
ତା ପାଇଁ ପିଲାର ସର୍ବାଙ୍ଗୀଣ ବିକାଶ
ହୁଅଇ ତା ପାଇଁ ସୁନ୍ଦର ପୁଣି ଗାଁ ।
ସବୁ ଦୁଃଖ , ଚିନ୍ତାକୁ ନିଜେ ସାଉଁଟି
ନିଜ ଆଶା ,ସପନକୁ ଅଧାରେ ରଖି ,
ଗରିବ ପଣିଆକୁ ଲୁଚାଇ ସେ
ପିଲାର ଭବିଷ୍ୟରେ ଦେଇଥାଏ ଆଖି ।
ଧନୀ ହେବାର ଅଭିନୟ ଦେଖାଇ
ନିଜ ଅଳଙ୍କାର ସବୁ ବନ୍ଧା ପକାଇ ,
ସମାଜରେ ପ୍ରତିଷ୍ଠିତ କରାଇବା ପାଇଁ
ପିଲାଙ୍କୁ କରେ ଜ୍ଞାନୀ ଗୁଣି ପାଠୋଇ ।
ମା ଥିଲେ ପାଖେ ପିଲାର ବଳ
ବଢ଼େ ପୁଣି ମନେ ଆତ୍ମବିଶ୍ୱାସ ,
ସୁଝି ହେବ ନାହିଁ ତାର ଋଣ
ଅନାଦର କର ନାହିଁ ଥିଲେ ନିଶ୍ୱାସ ।