STORYMIRROR

Rakesh Kumar Das

Abstract Tragedy

3  

Rakesh Kumar Das

Abstract Tragedy

ମୋ କୃଷକ ଭାଇ

ମୋ କୃଷକ ଭାଇ

1 min
100


ମୋ କୃଷକ ଭାଇ ଟି ଅଟଇ ମହାନ 

କାମ କରିଥାଏ ସେ ଅଫିସର ସମାନ

ଖରା ବର୍ଷା ଶୀତ ରେ କାମ କରୁଥାଏ 

କର୍ତ୍ତବ୍ୟ ରେ କେବେ ହେଳା ତ ନ ଥାଏ 

ବାତ୍ୟା ମରୁଡ଼ି କରିଥାଏ ତାର ସର୍ବନାଶ

ତଥାପି ଆଶାର ଅଲୋକେ କରିଥାଏ ଚାଷ

ଚାଷ ଭଲ ହେଲେ ଡାକେ ଦେଖିବୁ ଆସେ ମୁନା 

ସତେ ଯେମିତି ମିଳିଯାଇଛି ବହୁତ ଗୁଡିଏ ସୁନା

କିନ୍ତୁ ପରିଶ୍ରମର ସେ ନ ପାଏ ପାରିଶ୍ରମିକ

ଦୁଃଖ ଅଶାନ୍ତ ରେ ବିତେ ତାର ପାରିବାରିକ

ତଥାପି ସମସ୍ତଙ୍କ ସ୍ବପ୍ନକୁ ସାକାର କରିବା ପାଇଁ

ଲଢେଇ କରିଥାଏ ପିଲାଙ୍କ ସଫଳତା ପାଇଁ 

ଯଦି ସେ କେବେ ଦ୍ରବ୍ୟ ର ମୂଲ୍ୟ ବଢ଼ାଇଥାଏ

ବାବୁମାନଙ୍କର ବିରୋଧ କରିବାରେ ହେଳା ନଥାଏ

ଦରମା ବଢ଼ିଲେ ବାବୁମାନେ ତ ବହୁତ ଖୁସି

ଦ୍ରବ୍ୟ ର ମୂଲ୍ୟ ବଢ଼ିଲେ ଗଲା ତ ତାଙ୍କର ଭାସି

ଚକମକିଆ ସୋ ରୁମରୁ ଅଧିକ ମୂଲ୍ୟ ରେ କିଣିବେ

ଗରିବ ଲୋକ ଠୁ କିଣିଲେ ନିଜ ଷ୍ଟେଟସ କୁ ଜଗିବେ

ତଥାପି କୃଷକ ଭାଇ ଟି ମୋର ବସିଛି କିଛି ଆଶାରେ

କେବେ ନା କେବେ ପରିବର୍ତ୍ତନ ହେବ ତା ଦ୍ରବ୍ୟ ମୂଲ୍ୟରେ।।

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract