ଫୁଲର ବାସ୍ନା ଆଗକୁ ମଣିଷର ପଛକୁ
ଫୁଲର ବାସ୍ନା ଆଗକୁ ମଣିଷର ପଛକୁ


ଫୁଲର ବାସ୍ନା ଆଗକୁ ମଣିଷର ବାସ୍ନା ପଛକୁ
କହି ହେଉଥାଏ ପରକୁ ମଲା ପରେ ପଚାରିବୁ କାହାକୁ
ବଞ୍ଚିଥିଲା ଯାଏ ନିଜ କର୍ମର ଶୁଣିବୁ ତୁ ଭାରି ମନ୍ଦ
ମରିଗଲା ପରେ କଣ ପାଇଁ କରୁ ତୁ ଏତେ ଦ୍ଵନ୍ଦ
ସ୍ୱାର୍ଥପର ଦୁନିଆରେ ସଭିଏଁ କରିଯାଅ ନିଜ କର୍ମ
କେହି ଏଠି ତୁମକୁ ବୁଝିବେ ନାହିଁ ସହି ଯାଅ ନିଜ ମର୍ମ
ଅନ୍ୟକୁ ଆଙ୍ଗୁଠି ଦେଖାଇବେ ସଭିଏଁ ପରା ଏଠାରେ
ନିଜ ସମୟ ଆସିଲେ ଲୁଚିବେ ନିଜ ଘରେ ଘରେ
ଲୋକଙ୍କ ଭିତରେ ଏମାନେ କରିଦିଅନ୍ତି ବିଭିନ୍ନତା
କାହୁଁ ଆସିବ ସମାଜରେ ଏଠି ଦୃଢ଼ ସମାନତା
ଫୁଲର ବାସ୍ନା ଆଗକୁ ମଣିଷର ବାସ୍ନା ପଛକୁ
କହି ହେଉଥାଏ ପରକୁ ମଲା ପରେ ପଚାରିବୁ କାହାକୁ ।।