STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପହିଲି ରଜ !

ପହିଲି ରଜ !

1 min
36


ରଜ ଅଟେ ପରା ବିଚ୍ଛିନ୍ନାଚଳର


ପାରମ୍ପାରିକ ପରବ,


ବିଚ୍ଛିନ୍ନ ଓଡ଼ିଆ,ପାଳନ୍ତି ଆନନ୍ଦେ


ତିନି ଦିନିଆ ଉତ୍ସବ !


ବର୍ଷା ଋତୁର ପ୍ରାରମ୍ଭ


ରଜ ପରବର ଦ୍ବିତୀୟ ଦିନରୁ


ମିଥୁନ ମାସ ଆରମ୍ଭ !!


ଭୂମିଦାହ ଯହୁଁ ତୃତୀୟ ଦିନରେ


ବସୁମତୀଙ୍କର ସ୍ନାନ


ମହତ୍ତ୍ଵ ଅପାର ଅଛି ଇତିହାସ


ଜାଣିଣ ମନ ପ୍ରସନ୍ନ !


ଆଜିର ଖୁସିର ଦିନ,


ପହିଲି ରଜ ଏ ଦେଉଛି ମର୍ତ୍ତ୍ୟରେ


ପ୍ରେମ ପ୍ରୀତି ଶ୍ରଦ୍ଧା ମାନ !!


ଯୁବା ଓ ଯୁବତୀ ହୁଅନ୍ତି ପ୍ରସନ୍ନ


ଦୋଳିର ଗୀତ ଗୁଞ୍ଜନ


ନୂଆ ନୂଆ ରାଗ ନୂଆ ନୂଆ ଛନ୍ଦ


କରୁଛି ମନ ଉଚ୍ଛନ୍ନ !


ପହିଲି ରଜର ଦିନ


କୃଷକ ଅପାର ହୁଅନ୍ତି ଆନନ୍ଦ


ଆସିଛି ଚାଷର ଦିନ !


ହେଲା ରଜବତୀ ଚାରୁ ବସୁନ୍ଧରା


ନୂଆ ନୂଆ ଶସ୍ଯ ଜନ୍ମ 


ହଳ ଳଙ୍ଗଳର ପୂଜନ ହେଉଛି


ସଂକ୍ରାନ୍ତିର ଏ ଦିନ !


ମିଠା ମିଠା ପିଠାପଣା,


ଆନନ୍ଦ ଅପାର ବିଚ୍ଛିନ୍ନାଚଳରେ


ଖୁସିରେ ହୁଅନ୍ତି ବଣା !!


ପର୍ବର ଉତ୍ସାହ ଗାଆଁରୁ ସହର


ଓଡ଼ିଆ ଭୂଇଁ ଏ ପରା


ରଜ ଉତ୍ସବରେ ମତୁଆଲା ଆଜି


କାଳିଆ ପୂଜନ୍ତି ସାରା !


ସଂସ୍କୃତି ସଂସ୍କାର ଧାରା


ଆମ୍ବ ଉଦ୍ୟାନରେ ଦୋଳି ଝୁଲୁ ଅଛି


ଦୋଳି ଗୀତ ମନ ଭରା !!



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract