STORYMIRROR

Krushnapriya Mohapatra

Classics Fantasy Others

3  

Krushnapriya Mohapatra

Classics Fantasy Others

ପହିଲି ଭୋଗ

ପହିଲି ଭୋଗ

1 min
342

ଧନୁସଂକ୍ରାନ୍ତି ରୁ ମକରସଂକ୍ରାନ୍ତି

ଶ୍ରୀମନ୍ଦିରେ ହୁଏ ଅନେକ ନୀତି।

ପାହାନ୍ତି ପହରୁ ଖେଚୁଡି ଅନ୍ନ,

ମଣୋହି ହୁଅନ୍ତି ଚକା ନୟନ।

କୁହନ୍ତି ଯେ ତାକୁ ପହିଲି ଭୋଗ

ମାଆ ରାନ୍ଧିଥାନ୍ତି ବଡ଼ ସରାଗ।

ପୁଷମାସେ ଝିଅ ବାପ ଘରକୁ

ଯାଏ ସମ୍ମାନ ରେ ଅଛି କଥାକୁ।

ମାନବୀୟ ଲୀଳା ପ୍ରକାଶ ପାଇଁ

ଜଗତ ଜନନୀ ଶ୍ରୀମହାମାୟୀ

ସଂସାର ନିୟମେ ବାନ୍ଧି ହୁଅନ୍ତି।

ପତ୍ନୀ ଉପସ୍ଥିତ ନଥିବା ବେଳେ

ମା ହାତ ରନ୍ଧା ମଣୋହୀ କରେ।

ପରିବାର ସ୍ନେହ ଶରଧା ଯେତେ

ଶିକ୍ଷା ଦେଇଥାନ୍ତି ଜଗତ ହିତେ।

ସେ ମାସରେ ପ୍ରଭୂଙ୍କର ଭୋଜନ

ରାନ୍ଧନ୍ତି ଯଶୋଦା କରି ଯତନ।

ସେ ମହାପ୍ରସାଦ ପହିଲି ଭୋଗ

ଭକତଙ୍କୁ ତାହା ଅମୃତ ଯୋଗ।

ମକର ସଂକ୍ରାନ୍ତି ଦିନକୁ ଘର

ଆସିଥାନ୍ତି ଲକ୍ଷ୍ମୀ ଧରି ଯେ ଭାର

ଧନୁ ମୁଆଁ ସାଥେ ନୁଆ ଚାଉଳ

କ୍ଷୀର ଖୁଆ ଛେନା କଦଳୀ ସର।

ମକର ଚାଉଳ ଭୋଗ ଲାଗଇ

ଶ୍ରୀମନ୍ଦିର ନୀତି କାନ୍ତି ହୁଅଇ।

ଜଗତଜନଙ୍କୁ ଦିଅହେ ଦେଖା

ଅପୂର୍ବ ସେରୂପ ଯେ ମନ ଲୋଭା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics