STORYMIRROR

Prabhanjana Tripathy

Romance

4  

Prabhanjana Tripathy

Romance

ଫୀଲ ମାଇଁ ଲବ

ଫୀଲ ମାଇଁ ଲବ

1 min
107


ପ୍ରେମ ତୋର ମିଠା ଥିଲା,

ପ୍ରଥମ ପ୍ରଥମ

ପ୍ରେମ ହୃଦୟେ ଜାଳିଲା

କାମନା ବିଷମ।

ଛୁଇଁ ଗଲା ରକ୍ତେ ରକ୍ତେ

ଖାଇଗଲା ପ୍ରାଣ

ସେଦିନର ସ୍ମୃତି ଆଜି

ଭାବନା ବିଷମ।

ଲେଲିହାନ ଜବା ଓଠେ

ସମ୍ପର୍କର ରାଣ

ଅଙ୍ଗ ସଙ୍ଗେ ଖେଳ ଖେଳି

ଟାଣିନେଲୁ ପ୍ରାଣ।

ସ୍ପନ୍ଦନ ଦହଲୁ ଥିଲା

ନାମ ତୋର ଧରି

ଲହୁ ଲହୁ ଖେଳୁଥିଲା

ତରଙ୍ଗ ଲହରୀ।

ଶିରାରେ ଶିରାରେ ମୋର

ଥିଲା ତୋର ପ୍ରେମ

ମର୍ମ ଭେଦି ବାଣ ମାରି

କରି ମତିଭ୍ରମ।

ତୋ ବିନା ବି କିଛି କ୍ଷଣ

ଜାଉ ଥିଲି ବଞ୍ଚି

ତୋ ପ୍ରୀତିର ଛାଇ ତଳେ

ମୋ ଦୁଃଖ କୁ ପୋଛି।

ଯେବେ ତୋର ନୂଆ ରୂପ

ଦେଲା ମୋତେ ଦେଖା,

ପ୍ରତାରଣାର ଦୁର୍ଗନ୍ଧେ

ଡେଇଁ ସୀମାରେଖା।

ପ୍ରତାଡୀତ,ପ୍ରପିଡୀତ

କଳୁଷିତ ହୋଇ

ଏବେ ବି ଭଲ ପାଉଛି

ଭୁଲି ନ ପାରଇ ।।



Rate this content
Log in

Similar oriya poem from Romance