STORYMIRROR

Jayashree Maharana

Romance

2  

Jayashree Maharana

Romance

ଫଗୁଣେ ଉଚ୍ଛନ୍ନ ମନର ଆଶ

ଫଗୁଣେ ଉଚ୍ଛନ୍ନ ମନର ଆଶ

1 min
178

ଶୀତର ସମ୍ଭାର ତନୁରେ ମୋହର

ଭରିଦେଇଥିଲା କି ଶିହରଣ

ଅବୁଝା ଏ ମନ ତୁମ ପାଇଁ ସାଥି

ଝୁରିହେଉଥିଲା ରାତିରୁ ଦିନ


ତୁମେ ଥିଲ ଦୂରେ ବେଳାତଟ ପରେ

ନୀରବତା ଥିଲା ମୋର ନିଜର

ଥିଲା ଏକା ସାକ୍ଷୀ ତୁମ ପ୍ରତିଛବି

ମୋର ମନ ତଳ ହସ ଲୁହର


ଶୀତ ଲୁଚିଲାଣି ଫଗୁଣ ପରଶେ

ହସିଲାଣି ନବ ପଲ୍ଲବେ ତରୁ

ମନ ମତାଣିଆ ସ୍ୱରେ ଡାକିଲାଣି

କୋକିଳ ବନାନୀ ମଧ୍ୟେ ଡାଳରୁ


ଫୁଲରେ ସଜେଇ ହେଲାଣି ପ୍ରକୃତି

ରଙ୍ଗର ସମ୍ଭାର ଶୋହୁଛି ମନ

ଲାଗୁନାହିଁ ଭଲ ତୁମ ବିନା ମୋର

କରିବନି ହେଳା ରଖିବ ରାଣ


ଆସିବା ବାଟକୁ ଚାହିଁ ରହିଅଛି

ଅବୀର ରଖିଛି ସାଇତି କରି

ଆସିଲେ ସତ୍ୱର ହୋଲିରେ ଏଥର

ଖେଳିବା ହୃଦୟେ ପୀରତି ଭରି


ମନ ଉପବନ ମହକି ଉଠୁଛି

କୋକିଳର ତାନେ ହୃଦୟ ମଗ୍ନ

ତୁମ ସ୍ପର୍ଶ ପାଇଁ ବ୍ୟାକୁଳ ପରାଣ

ଦେଖୁଅଛି ନିତି କେତେ ଯେ ସ୍ୱପ୍ନ


ଅଧିର ଯୌବନ ପ୍ରୀତିରେ ତଲ୍ଲୀନ

ଅପୂର୍ବ ଅନନ୍ୟ ଭାବ ଉଚ୍ଛ୍ୱାସ

 ରଙ୍ଗେ ରଙ୍ଗାୟିତ ପ୍ରଣୟିନୀ ପ୍ରାଣ

ଫଗୁଣେ ଉଚ୍ଛନ୍ନ ମନର ଆଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance