STORYMIRROR

Minakshi Samal

Romance

2  

Minakshi Samal

Romance

ଫଗୁଣ ଓ ପ୍ରେମ

ଫଗୁଣ ଓ ପ୍ରେମ

1 min
371



ଫଗୁଣ ଆସିଲା ଧୀରେ ଧୀରେ

ପ୍ରେମର ବାରତା ନେଇ କରେ

ହୃଦୟ ତନ୍ତ୍ରୀରେ ପ୍ରେମର ରାଗିଣୀ

ତୋଳି ଦେଲା ମତୁଆଲା ସୁରେ।

ଆବେଗରେ ପ୍ରେମୀ ମନ ଝୁରେ

ସାଥୀ ଟିଏ ପାଇଁ ଖୋଜିବୁଲେ

ପ୍ରଣୟ ଝଙ୍କାର ବାଜିବା ମାତ୍ରକେ

ମିଳନ ପିୟାସୀ ମନ ହୁଏ।

ଆମ୍ରକୁଞ୍ଜେ ପିକ କୁହୁ ଗାଏ

ମୁକୁଳ ରେ ତା'ର ବପୁ ଶୋହେ

ଆମ୍ବ ବଉଳର ସୁବାସ ଚହଟି

ପ୍ରାଣୀଙ୍କର ମନ ମୋହି ନିଏ।

ପଳାଶ ଶୃଙ୍ଗାରେ ମଜ୍ଜି ରହେ

ନାରଙ୍ଗୀ ରଙ୍ଗରେ ରଞ୍ଜି ଯାଏ

କୃଷ୍ଣଚୂଡା ତା'ର ରକ୍ତିମ ଆଭାରେ

ଧରଣୀର ଗଭା ମଣ୍ଡି ଦିଏ।

ଫଗୁଣ ପାର୍ବଣ ଫଗୁ ଖେଳ

ହୃଦ ସଙ୍ଗେ ହୃଦ ହୁଏ ମେଳ

ହୋଲୀର ରଙ୍ଗ ପିଚକାରୀ ରଙ୍ଗାଏ

ହାସ୍ୟରସେ ଜନେ କରି ମେଳ।

ବିରହୀ ମନ ଆକୁଳ ହୁଏ

ଡହଳ ବିକଳ ପକ୍ଷୀ ଟିଏ

ପରି ହୁଅଇସେ ଛଟପଟ ପୁଣି

ଦୁଃଖରେ କରୁଣ ରାଗଗାଏ।

ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ

ପ୍ରିୟର ଦୂରତ୍ବ ତାକୁ ଜାଳେ

ନିଜ ପତି ପାଇଁ ଶୁଭ ମନାସିକି

ବୃନ୍ଦାବତୀ ପାଖେ ଦୀପ ଜାଳେ।

ଋତୁଙ୍କର ରାଜା ସେ ବସନ୍ତ

ମଳୟ ପବନେ କରେ ଭ୍ରାନ୍ତ

ପ୍ରେମର ମଦିରା ସଭିଁଙ୍କୁ ପିଆଇ

ରୌଦ୍ର କବଳରୁ କରେ ଶାନ୍ତ।

ସେଥିପାଇଁ ପ୍ରେମଋତୁ ଇଏ

ଛଅ ଟି ମଧ୍ୟରେ ଶ୍ରେଷ୍ଠ ସିଏ

ହିଂସା ଦ୍ବେଷ ଭୂଲି ସ୍ନେହ ଆଉ ପ୍ରେମ

ସାଥେ ବଞ୍ଚିବାର ଶିକ୍ଷା ଦିଏ।


*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance