STORYMIRROR

Gunanidhi Samal

Romance

2  

Gunanidhi Samal

Romance

"ଫଗୁଣ ଆସିଛି"

"ଫଗୁଣ ଆସିଛି"

1 min
3.1K

ଫଗୁଣ ଆସିଛି ଫୁଲର ମହକେ

ରଙ୍ଗର ଅବିର ନାଇ

ଫଗୁଣ ଆସିଛି ମଳୟ ପବନେ

ମରମ'କୁ ଯାଏ ଛୁଇଁ

ଫଗୁଣ ଆସିଛି ଗୋଧୂଳି ଲଗନେ

କୋଇଲିର କୁହୁ ତାନେ

ଫଗୁଣ ଆସିଛି ଚୋରା ଚଇତରେ

ପ୍ରୀତିଭରା ଅଭିମାନେ

ଫଗୁଣ ଆସିଛି ପ୍ରୀତିର ଗଜଲେ

ରଙ୍ଗେଇ ଦେବାକୁ ମନ

ଫଗୁଣ ଆସିଛି କୁଆଁରୀ ଦେହର

ଚୁମିବାକୁ ଯଉବନ

ଫଗୁଣ ଆସିଛି ଚାନ୍ଦିନୀ ରାତିରେ

ମହୁଆ ନିଶାରେ ମାତି

ଫଗୁଣ ଆସିଛି ଦେହରେ ମନରେ

ଭରି ଦେବାପାଇଁ ତାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance