STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଫେରିବାର ବେଳ

ଫେରିବାର ବେଳ

1 min
272


ମୋତେ ଡ଼ାକିଲାଣି

ମୋ ଗାଁ ମଶାଣି

ସଜ କର ଛ' ଖଣ୍ଡି

କାଠର କୋକେଇ

ଦିଅ ଅନ୍ତିମ ମେଲାଣି

କରି ବର୍ଣ୍ଣାଢ୍ୟ ପଟୁଆରେ

ବାଜା - ବାଣ - ରୋଶଣୀ।


ବିଛାଅ ସୁବାସିତ କାଷ୍ଠ ଶଯ୍ୟା

ସଜାଅ ଯୁଇକୁ ମୋର

ରଙ୍ଗ ବେରଙ୍ଗ ଫୁଲର ମାଳରେ

ଦିଅ ଶେଷ ବିଦାୟ ସଭିଏଁ

ହସି ହସି ଆନନ୍ଦ ମନରେ

ନ ରଖି ବୈର ଭାବ

ମୋର କୃତ କର୍ମ ଲାଗି।


ଏଇ ଜୀବନେ ନାହିଁ ମୋର

ଆଉ କିଛି ପାଇବାର ଆଶା

ନାହିଁ ତିଳେ ମାତ୍ର ସ୍ପୃହା

କରିବାକୁ ହିସାବ ନିକାଶ

ଲେଖାପଢା ଅଙ୍କକଷା

ପ୍ରାପ୍ଯ - ପ୍ରାପ୍ତି - ସ୍ବୀକୃତିର।


ବେଳ ହୁଏ ରତ ରତ

ଘୋଟି ଆସେ ନିଶା

ମୁଖେ ମୋର ଦିଅ ନିଆଁ

ହୁତୁ ହୁତୁ ହୋଇ ଜଳି

ଯାଉ ଚିତା ସହ ମୋର

ସକଳ ପାର୍ଥିବ ଅସ୍ତିତ୍ବ ଅସ୍ମିତା।


ଦୂୂୂର ଆକାଶେ ହାତ ଠାରି

ଡ଼ାକିଲେଣି ମୋର ବାଲ୍ୟ ବନ୍ଧୁଗଣ

ତାତ୍ସଲ୍ୟଭରା ଇଙ୍ଗିତେ କହନ୍ତି

"କେତେ କାଳ ରହିଥିବୁ ତୁହି

ମହୀ ପରେ ହୋଇ ହୀନିମାନ?"



Rate this content
Log in

Similar oriya poem from Abstract