STORYMIRROR

Ajaya kumar Jena

Inspirational

3.5  

Ajaya kumar Jena

Inspirational

ଫେରିବ ସ୍ବାଧୀନତା

ଫେରିବ ସ୍ବାଧୀନତା

1 min
86


ଦେଖୁଛ!

ସେ ପରାଧୀନ ସାମ୍ରାଜ୍ୟର 

ସମ୍ରାଟମାନଙ୍କୁ,

ଯେଉଁମାନେ ଦିନେ

ଧୂଆଁ ଧୂଆଁ ଆକାଶରେ

ତୁମ ସ୍ୱାଧୀନତାର ପ୍ରତିଛବି ଆଙ୍କିଥିଲେ,

ସେମାନେ ଆଜି

ପ୍ରବଞ୍ଚନାର ଫ୍ରେମ୍ ତଳେ ଶ୍ଵାସରୁଦ୍ଧ।


କୁଢ଼ କୁଢ଼ ଦଦରା ସ୍ୱପ୍ନ,

ଆଞ୍ଜୁଳା ଆଞ୍ଜୁଳା କୋହ,

କୋଟି କୋଟି ଆତ୍ମୀୟତା,

ଆଉ ଅହିଂସାର ମନ୍ତ୍ରରେ,

ତୁମ ଅଷ୍ଟାଙ୍ଗ ଦିନେ ବତୁରୀ ଥିଲା

ସ୍ୱାଧୀନତାର ସ୍ରୋତସ୍ୱିନୀ ନଈରେ।


କିନ୍ତୁ ଆଜି!

ତୁମ ଦେହସାରା

ବିଛୁଆତିର ହଳାହଳ ସ୍ପର୍ଶ,

ମେଞ୍ଚା ମେଞ୍ଚା ଆଂଚୁଡା କ୍ଷତ,

ସେ କ୍ଷତରେ ଦାଦନର ଦୁଃଖ,

କବରୀ ଯାଇଥିବା ନିଃଶବ୍ଦ କୁଆଁ କୁଆଁ ରାବ

ଆଉ ଶାଗୁଆ ଜୀବନ ମାନଙ୍କର

ତୁଟିଯାଇଥିବା କେରାକେରା ବିଶ୍ୱାସ।


ଆଉ ନାହିଁ

!

ତୁମ ନିଃଶ୍ୱାସରେ ଗଢିଥିବା ସୌଧ

ତୁମ ସ୍ୱପ୍ନରେ ସଜେଇଥିବା ଇମାରତ,

ତୁମ ଇତିହାସର ଦସ୍ତାବିଜ୍

ଏବେ ଅଚିରେ ବିଲୀନ,

ତୁମ ସ୍ମୃତିର ସ୍ଵାକ୍ଷର 

ଏବେ ଦୁଃସ୍ଥ ମାନବିକତାର 

ଲେଲିହାନ ଜିହ୍ଵାରେ ସମର୍ପିତ।


ଦେଖ!

ଆଉ ବିଳମ୍ବ କର ନାହିଁ

ପାରିବତ' ଶରଶଯ୍ୟାରେ ବୁଣିଦିଅ

ପ୍ରେମର ମୁଠା ମୁଠା ସଞ୍ଜିବନୀ ମନ୍ତ୍ର,

ଆଉ ଆୟୁଷ୍ମାନ କରିଦିଅ

ସେ ନିରୁତା ସମ୍ରାଟମାନଙ୍କୁ।


ଦେଖିବ!

ତୁମ ବିଶ୍ୱାସର ବିଜୟ ଧ୍ୱଜା

ଫର ଫର ଉଡୁଥିବ ଅଣଚାଷ ପବନରେ,

ସମୁଦ୍ରର ଉତ୍ତାଳ ତରଙ୍ଗ ଗାଉଥିବ

ନବ ଉନ୍ମାଦର ସ୍ୱାଗତ ସଂଗୀତ,

ପ୍ରାଚୀରେ ପୂର୍ବାଶାର ଚହଟ,

ନିଶିରେ ଗଙ୍ଗଶିଉଳିର ବାସ୍ନା ସହ

ତୁମେ ପାଳୁଥିବ ତୁମ ମୁକ୍ତିର ମହୋତ୍ସବ।



Rate this content
Log in

Similar oriya poem from Inspirational