ଫେରିଆସ ପ୍ରିୟ
ଫେରିଆସ ପ୍ରିୟ
ଚାହିଁ ଚାହିଁ ଆଜି ତୁମ ଚଲାପଥ
ପାଦ ମୋ ଗଲାଣି ଥକି
ଫେରିଆସ ପ୍ରିୟ ଦୁନିଆକୁ ମୋର
ପ୍ରିତୀ ର ଫଗୁଣ ଡାକି ।
ଆଖିରେ ପ୍ରେମର ଥିବ ପରିଭାଷା
ହୃଦୟେ ମିଳନ ନିଆଁ
ଓଠ ସ୍ପର୍ଶ ବାରେ ବିଜୁଳି ଖେଳିବ
କୁହୁଳିବ ପ୍ରିତୀ ଧୂଆଁ ।
ବଙ୍କିମ ଅଧର ପ୍ରିୟ ଚିତ ଚୋର
ବଚନ ସୁରଭି ଆଭା
ହୃଦୟ ଜଳାଏ ସ୍ମୃତି ଛବି ଯେତେ
ପ୍ରାଣେ ଇହା ହୁଏ ଉଭା ।
ପ୍ରେମର ତରଙ୍ଗ ହୃଦୟରେ ଖେଳେ
ତୁମ ପ୍ରିତୀ ଭାବ ତୀରେ
ଭଟ୍ଟା ପଡେ ଯେବେ ଯାଅ ବହୁ ଦୁରେ
ଫେରିଆସ ପ୍ରିୟ ଥରେ ।
ପ୍ରିତୀ ରଣାଙ୍ଗନେ ରମଣୀ ମୁଁ ତୁମ
ଅପେକ୍ଷା ରେ ଅଛି ଚାହିଁ
ଆହେ ନୃପବର କର ଧର ମୋର
ତୁମ ବିନୁ ଆସ୍ଥା ନାହିଁ ।

