STORYMIRROR

Smitali Priyadarsini Panda

Romance Tragedy Thriller

3  

Smitali Priyadarsini Panda

Romance Tragedy Thriller

ଫେରିଆସ ପ୍ରିୟ

ଫେରିଆସ ପ୍ରିୟ

1 min
163

ଚାହିଁ ଚାହିଁ ଆଜି ତୁମ ଚଲାପଥ 

ପାଦ ମୋ ଗଲାଣି ଥକି

ଫେରିଆସ ପ୍ରିୟ ଦୁନିଆକୁ ମୋର

ପ୍ରିତୀ ର ଫଗୁଣ ଡାକି ।


ଆଖିରେ ପ୍ରେମର ଥିବ ପରିଭାଷା

ହୃଦୟେ ମିଳନ ନିଆଁ

ଓଠ ସ୍ପର୍ଶ ବାରେ ବିଜୁଳି ଖେଳିବ

କୁହୁଳିବ ପ୍ରିତୀ ଧୂଆଁ ।


ବଙ୍କିମ ଅଧର ପ୍ରିୟ ଚିତ ଚୋର

ବଚନ ସୁରଭି ଆଭା

ହୃଦୟ ଜଳାଏ ସ୍ମୃତି ଛବି ଯେତେ

ପ୍ରାଣେ ଇହା ହୁଏ ଉଭା ।


ପ୍ରେମର ତରଙ୍ଗ ହୃଦୟରେ ଖେଳେ

ତୁମ ପ୍ରିତୀ ଭାବ ତୀରେ

ଭଟ୍ଟା ପଡେ ଯେବେ ଯାଅ ବହୁ ଦୁରେ

ଫେରିଆସ ପ୍ରିୟ ଥରେ ।


ପ୍ରିତୀ ରଣାଙ୍ଗନେ ରମଣୀ ମୁଁ ତୁମ

ଅପେକ୍ଷା ରେ ଅଛି ଚାହିଁ

ଆହେ ନୃପବର କର ଧର ମୋର 

ତୁମ ବିନୁ ଆସ୍ଥା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance