ଫେରିଆ ତୁ କାହ୍ନା
ଫେରିଆ ତୁ କାହ୍ନା
ଫେରିଆ ରେ ବାଇୟା ତୁ ଏଇ ମୋ କୋଳ କୁ ,
ପଣତ ରେ ଢାଙ୍କି ଦେବି ମୁଁ, ତୋ ମଥା କୁ ।।
ଡରୁଛି ରେ ମାଆ ମନ , ତତେ ଝୁରି ମରେ ,
ଭଲ ରେ ଅଛୁ ତ ବାବୁ , ତୁ ବିଦେଶ ରେ ।।
ମୋ ପଖାଳ କଂସା ଏଇ ଝାଟି କୁଡ଼ିଆ ,
ତୋ ବିନା ଦି ମୁଠା ଭଲ ସେ ରୁଚେନା ।।
ତୋ ବାଟ କୁ ଚାହିଁ ଆଜି ବସିଛି ସେମିତି ,
କେବେ ତୁ ଫେରିବୁ ବାବୁ , କହିନୁ ବି କିଛି ।।
ମାଆ ର ମମତା କି ବା ଭୂଲି ତୁ ଗଲୁ ,
ବେଦଶ ରେ ବାବୁ ବଡ଼ ମଣିଷ କି ହେଲୁ ।।
ଲୋଡ଼ା ନାହିଁ ଧନ ଜନ , ରାଜ ର ଉଆସ ,
ତୁ ଥିଲେ ପାଖେ ମୋର ,ଥିବ ଓଠେ ହସ ।।
ତୋ ବାପା କହୁଚି ମତେ ,ତୁ ଯାଇଛୁ ବଦଳି ,
ମାଆ ମନ କି ବୁଝିବ , ଜାଣିବେ ବା ସେ କିପରି ।।
ନିତି ତୋ ପାଇଁ ପୂଜା ମୁଁ କରେ ,
ମୋ ମନ କହୁଛି ତୁ ଝୁରୁଥିବୁ ଦୂରେ ।।
ଆଶା ର କିରଣ ଆଜି ତଥାପି ଜୀବିତ ,
ମେରୁଦଣ୍ଡ ନଇ ଗଲେ ବି , ଆଜି ମୁଁ ଦମ୍ବ ।।
ଆମେ ଦୁଇ ପ୍ରାଣୀ ଆଜି ଜଣେ ଜଣ ଙ୍କର ,
ସାହାରା ସାଜିଛୁ ଆଜି ବାଟ ଚାହିଁ ତୋର ।।
କାହିଁ ମାନ କରି ବାବୁ , ରହିଛୁ ତୁ ଦୂରେ ,
ଚାଷ କରି ଖୁସି ରେ ତୁ ରହିଥାନ୍ତୁ ଘରେ ।।
ତୋ ବାପା ର ବଳ ହୋଇ ଠିଆ ହୋଇଥାନ୍ତୁ,
ପେଟ ଭୋକ ପାଇଁ ବିଦେଶକୁ କାହିଁ ଗଲୁ ।।
ଗାଁ ସାରା ଘରେ ଘରେ ଖାଲି ବୁଢା ବୁଢ଼ୀ ,
ମୁଁ ଝୁରିଲେ ତତେ ,କୁହନ୍ତି ସମସ୍ତେ ମତେ ପାଗେଳି ।।
ଖଟି ଖାଇବା କୁ ଆଉ ନାହିଁ ଅଣ୍ଟାରେ ବଳ ,
ତଥାପି ତୋ ବାପା ବିଲରେ କରୁଛନ୍ତି ହଳ ।।
ବାର୍ଦ୍ଧକ୍ୟ ରେ ଚାଷ କାମ କେତେ ବା ପାରିବେ ,
ତଥାପି ପେଟ ପାଇଁ ହଳ ନିତି ସେ କରିବେ ।।
କେତେ ବୁଝେଇ କହିଛି ମୁଁ ତାଙ୍କୁ ,
କିଛି ଦିନ ପରେ ତୁ, ଫେରିବୁ ଗାଁ କୁ ।।
ରାଗେ ଗର ଗର ହୋଇ ଗାଳି ସେ କରନ୍ତି ,
ତଥାପି କହୁଛି ବାବୁ ତତେ ବେଶି ଝୁରି ସେ ହୁଅନ୍ତି ।।
କଥା ମୁଁ ଦେଉଛି ତତେ , ତୁ ଫେରି ଆସିଲେ ,
ବୁଝେଇ ମୁଁ ତାଙ୍କୁ ଦେବି , କୋଳେଇ ସେ ନେବେ ।।
ବୟସ ର ରାତି ଆଜି ଆଉ ବେଶି ନାହିଁ ,
ସବୁ ଦିନ ସକାଳୁ ତତେ , ଉଠି ମୁଁ ଝୁରି ହୁଅଇ ।।
ଫେରି ଆରେ କଳା କାହ୍ନୁ ,କାହିଁ ଗଲୁ ବାବୁ ,
ଶେଷ ବେଳେ ବୁଢ଼ାବୁଢ଼ୀ ତତେ ଦେଖି ତ ପାରିବୁ ।।
ରାତି ପାହି ସକାଳୁ ମୁଁ କବାଟ ଖୋଲିଲି ,
ମୋତିଆ ଆଖିର ଝାପ୍ସା ଆଲୁଅରେ ,
ତତେ ଚିହ୍ନି ମୁଁ ପାରିଲି ।
ଖୁସିରେ ମୁଁ ନାଚୁ ଥିଲି ଘର ଅଗଣା ରେ ,
ତୋ ବାପା ହସୁଥିଲେ , ଦେଖି ତତେ କାଳିଆରେ ।।
ଗାଁ ଲୋକେ ଜଳୁ ଥିଲେ , ଆମ ଖୁସି ଦେଖି
ବାପା ତୋର ନାତି ଧରି ଦାଣ୍ଡରେ ଖେଳୁଛି ।।
ଭୂଲ ମାଗି ପାଦ ଧରି , ରହିଲୁ ତୁ ଘରେ ,
ବୋହୂ ହାତ ପରସା ବି ଖାଇଲୁ ଶାନ୍ତିରେ ।।
ନଜର ପଡିଲା କେଉଁ ପୋଡ଼ା ମୁହିଁ ର ,
ଧନ କୁ ମୋ ରାତି ଅଧ ରେ ଆସିଲା ଯେ ଜର ।।
କେତେ ଝଡା ଫୁଙ୍କା କଲା ବାପା ଡାକି ତା ବଇଦ,
କାହିଁକି ଖୁସି ରେ କାଳ ସାଜିଲୁ ଦଇବ ।।
ବେଗି ଘେନି ନେଇଗଲା ବାପା ତା ମେଡିକାଲ ,
ଡାକ୍ତର ଦେଖି ଛାନିଆ ହୋଇଲେ ସକଳ ।।
ମେଡିକାଲ ବେଡ଼ ରେ ପୁଅ ମୋ ଶୋଇଛି ,
ବାପା ତାର ଗଛ ମୂଳେ ଜଗିକି ବସିଛି ।।
ଦୁଇ ଦିନ ପରେ ଯେବେ ଫେରି ସେ ଆସିଲେ ,
ଆଖିର ଲୁହ ରେ ଦୁଃଖ ସାଗରେ ଭସେଇଲେ ।।
ଆହାରେ ଦଇବ ତୁ ଏତେ କି ଦାରୁଣ ,
ଦୁଃଖିନୀ କି ଦୁଃଖ ଦେଇ ଦେଲୁ ନି ମରଣ ।।
ବଞ୍ଚି ଥାଉ ହରେଇଲି , ମୋ ଏକୋଇର ବାଳା,
ବିଧବା ହୋଇଲା ବୋହୂ ,ଅବଳା ଦୁର୍ବଳା ।।
କେଉଁ ମାହାମରୀ ରୋଗ ବିଦେଶୁ ଆସିଲା ,
ଗୋଟେ ପୁଅ କୁ ମୋର ଛଡେଇ ସେ ନେଲା ।।
ଅଭିଶାପ ଦେଉଛି ଏ ମାଆ ଅଭାଗିନି,
ଚାଇନା ରେ ଧ୍ୱଂସ ହେବୁ, କେମିତି ଜାଣିନି ।।
ଯଦି ତୁମେ ସତ୍ୟ ପ୍ରଭୁ ରହିଲା ମୋ ରାଣ ,
ମୋ ଧନ ର ଦୋଷୀ କୁ ଦଣ୍ଡ ର କରିବ ବିଧାନ ।।
ଉଦ୍ଧାର କରି ବୁ ହରି , ଅଳି ତୋ ଶ୍ରୀ ପାୟରରେ
ହସିଲା ସଂସାର ଭାସୁଛି ମୋ ଅତଳ ସାଗରେ ।।
ଦୂରେ ଥିଲୁ ବାବୁ ମୋର ଥିଲୁ ତୁ ଖୁସିରେ ,
ପାଖକୁ ଫେରିଲୁ ଏମିତି, ଭାସେ ମୁଁ ଲୁହରେ ।।
ନିୟତି ର ନିୟମ ରେ ବନ୍ଧା ଏ ଦୁନିଆଁ ,
ଆଜି ତତେ ଝୁରି ହୁଏ , ତୋ ଅଭାଗିନୀ ମାଆ ।।