Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Abstract

3  

Bharati Bhusan Das

Abstract

ଫେରି ଆସ......

ଫେରି ଆସ......

1 min
138


ଜିତିବାକୁ ଚେଷ୍ଟା କରି

   ସବୁ କିଛି ହରେଇ ସାରିବା ପରେ

ଏବେ ହାରି ଯିବାକୁ ଚାହେଁ

ବାକି ଥିବା କିଛି ପାଇବା ଆଶାରେ

ତୁମ ମୋ ଭିତରେ ସମ୍ପର୍କ ର ସେତୁ ଟି

କାଁ ଭାଁ କେଉଁଠି

ଦବିଯାଇଛି ଅବା ଫାଟ ସୃଷ୍ଟି ହୋଇଛି

କିନ୍ତୁ, ଭାଙ୍ଗି ତ ଯାଇନି ନା

ସଜାଡି ଦେବାକୁ ହେବ

ମାଟିର ଲେପ ଦେଇ

ନତୁବା

   ଦୁଇ ମୁଠା ଶକ୍ତ ଆସ୍ତରଣ ର ନିବିଡ ବନ୍ଧନ ରେ

ବିଶ୍ୱାସ ଅଛି ଭରଷା ବି ଅଛି

   ଆଶା ବି ଅଛି କାମନା ବି ଅଛି

  କିନ୍ତୁ ଆବିଳତା ନାହିଁ କି ଆତୁରତା ନାହିଁ

ଅଛି କେବଳ

   ମମତାର ଶୀତଳ ପରଶ

ସ୍ନେହର ବାସ ଟିକକ

ସାଇତା ଫରୁଆରେ

  ହାର ଜିତ ର ପଶାପାଲି ରେ

ଗୋଟି ଚଳେଇ

   ଡାକରା ଦେବାଟା

ଖେଳୁଆଡ଼ ମନଭାବ ର ନିଶ୍ଚିତ ଏକ ସ୍ୱରୂପ

   ଦେଖୁଥିବା ଲୋକଙ୍କର ଗୁଂଜରଣ

   ଦ୍ବିଗୁଣିତ କରିଥାଏ

        ସେଇ ଆନନ୍ଦ ର ଚଉହଦିକୁ

ଅନୁଶୋଚନା ନଥାଏ

ହାରିବାରେ କି ଜିତିବାରେ

  କିନ୍ତୁ କେବଳ ଅନୁଶୋଚନା

       ହରେଇ ଦେବାରେ

ଏବେ ତ ସମୟ ଅପରାହ୍ନ

     ଥରୁଟିଏ ଫେରି ଦେଖ ପଛକୁ

          ଫେରି ଆସ

ଏକ ନୂଆ ସମ୍ଭାବନା ରେ ।

    


   


Rate this content
Log in

Similar oriya poem from Abstract