Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance

4.5  

Amit Bal

Romance

ଫାଳେ ଜୀବନର ଜ୍ୟାମିତି

ଫାଳେ ଜୀବନର ଜ୍ୟାମିତି

1 min
219


କେଇଟା ସ୍ଵପ୍ନ ମୁଖା ସ୍ମୃତି

          କିଛି ଟା ଫଗୁଣର ପ୍ରୀତି

ତାକୁ ନେଇ ସବୁ ରାତି

   ପାଲଟେନି ଏଠି ପୂର୍ଣ୍ଣିମୀର ଜହ୍ନ ରାତି ।


ଏମିତି ବି ଜୀବନଟା 

         ଫୁଲ ଫୁଟା ଋତୁ ଅପେକ୍ଷା

   ବେଶୀ ବେଶୀ ଉଦାସ ସକାଳର

                  ବିଷର୍ଣ୍ଣ ଖରା

   ଅନେକ କିଛି ଇଙ୍ଗିତ ମିଶା

                ଅଭିମାନ ଭରା ।


ତଥାପି ଅବର୍ଣ୍ଣନୀୟ ତା'ର ସମ୍ମୋହନ

         ତା'ର ସ୍ପର୍ଶ, ତା'ର ଆଲିଙ୍ଗନ

ସତେକି ମହୁ କିଆରୀରେ

            ଭ୍ରମରର ମିଠା ଗୁଞ୍ଜନ ।


ଯେଉଁ କିଆରୀରେ 

       ବେଳେ ବେଳେ

              କିନ୍ତୁ ନିଆଁ ଲାଗେ ;

      ସାରା ରାତି 

                ତମାମ ଦିନ

ବଢାଇଦେଇ ଅଚାନକ

              ହୃଦୟର ସ୍ପନ୍ଦନ ।


ଅପସରି ଯିବା ପାଇଁ 

      ଦୁଷ୍ଟ ପ୍ରଜାପତି ର ଗୋପନ ଆସକ୍ତି ,

ଆଉ ନିଦ ମଳ ମଳ ଆଖିରେ

            ବୁଝି ବାକୁ ଯେ ,

ସବୁ ରାତି ପାଲଟେନି ଏଠି

              ପୂର୍ଣ୍ଣମୀର ଜହ୍ନ ରାତି ।

        



Rate this content
Log in

Similar oriya poem from Romance