STORYMIRROR

Kishore Nayak

Children

3  

Kishore Nayak

Children

"ଫାଲ୍ଗୁନ ମାସେ ଦୋଳ ଯାତରା "

"ଫାଲ୍ଗୁନ ମାସେ ଦୋଳ ଯାତରା "

1 min
299

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଫାଲ୍ଗୁନ ମାସେ ଦୋଳ ଯାତରା 

              କୋଇଲି ଗାଏ ଗୀତ 

ସୁଲୁସୁଲିଆ ପବନ ବହେ 

               ଦେହକୁ ଭାରି ହିତ ll

ବଉଳ ଭରା ଆମ୍ବ ଗଛରେ 

                ଧରଇ ଆମ୍ବ କଷି 

ଦୋଳ ଗୋବିନ୍ଦ ଭୋଗ ଖାଆନ୍ତି 

              ଦୋଳ ବିମାନେ ବସି ll

ଗାଁ' କୁ ଗାଁ' ବୁଲିବୁଲିକା 

            ଖାଆନ୍ତି କେତେ ଭୋଗ 

ପ୍ରଭୁଙ୍କୁ ଦେଖି ଦୋଳ ବିମାନେ 

               ତୁଟଇ ସବୁ ରୋଗ ll

ଘଣ୍ଟ ଘଣ୍ଟାରେ ଉଠଇ କମ୍ପି 

               ବିଲ ଠୁ ଗାଁ' ଦାଣ୍ଡ 

ଆଶିଷ ଭିକ୍ଷା କରନ୍ତି ସର୍ବେ 

              ପାଦେ ନୁଆଁଇ ମୁଣ୍ଡ ll

ଜାକଜମକେ ଦୋଳ ପରବ 

               ପାଳନ୍ତି ସବୁ ମିଶି 

ହସ ଖୁସିରେ ବିତାନ୍ତି ଦିନ 

               ଏକାଠି ସବୁ ବସି ll

ଆମ ରାଇଜ ଦୋଳ ପରବ 

              ଗଢ଼ଇ ଭାଇଚାରା 

ରଙ୍ଗ ଅବିରେ ଖେଳନ୍ତି ହୋଲି 

             ବୋଳିଣ ଦେହ ସାରା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children