STORYMIRROR

Satyabati Swain

Romance

3  

Satyabati Swain

Romance

ଫାଜିଲି ବର୍ଷା

ଫାଜିଲି ବର୍ଷା

1 min
132


ସେ ଭିଜୁଥିଲା ଫୋନ୍ ର ସେପଟେ

ପ୍ରେମ ବର୍ଷାରେ

ଗାଉଥିଲା ଅନେକ ରୋମାଣ୍ଟିକ ଗୀତ

ହସୁଥିଲା ଭିତରେ ଭିତରେ

ଖିଲି ଖିଲି ହୋଇ

ମୋ ଭିତର ଭାବକୁ

ହୁଗୁଳା ପାଗଳା କରି।


ଗପୁଥାଏ କି ଗପ!

ଆରେ ବାବା ମୁଁ ଖୁ ଚକିତ

ଶୋଇବାକୁ ଦେବ ନାହିଁ

ଆଜି ବୋଧେ

କହିଲା ତୁମ ଇଛା ହେଉନି

ମୋତେ ଦେଖିବାକୁ!

ମୋତେ ଛୁଇଁବାକୁ!

ମୋ ଦେହ ଗନ୍ଧ ଆଘ୍ରାଣ କରିବାକୁ!!


ମୋର କିନ୍ତୁ ଭାରି ଇଛା ହେଉଛି

ତୁମ ପାଖେ ରହିବାକୁ

ତୁମ ଛାତି ଛାତ ତଳେ

ମୁହଁ ଗୁଞ୍ଜି ତୁମ ତାତି ବଢ଼େଇବାକୁ

ମୂର୍କି ମୂର୍କି ହସି

ଆଖିରେ ତୁମ ହୃଦ ଘାଇଲା କରିବାକୁ

ଚିତ୍ତ ହୋଇ ଶୋଇ ତୁମ

କଡ଼କୁ ଲାଗି

ତୁମକୁ କୁତ୍ କୁତ୍ କରି ଫାଗରୁ

ବାଘ କରିବାକୁ।

ଦେଖତ ତୁମ ନିର୍ବନ୍ଧ ମୁଦି ବି

ମୋତେ ଜଳାଉଛି

ଆଜିଠୁ ମୁଁ ତୁମ ବାଗ୍ ଦତ୍ତା

ଏ ବର୍ଷା ମୁଖର ରାତି

ଖୁବ୍ ଗୋଟେ ପାଗଳ ହେଉଛି

ତୁମ କଥା ଭାବି

ମୋ ଭିତର ଝଣ୍ ଝଣ୍

କରୁଛି ଟକ୍ ଟକ୍ ତାତିଲା

ତେଲ କଡେଇରେ ଭାଜି।

ତୁମର ଏମିତି କିଛି ହେଉଛି କି!!


ମୁଁ କହିଲି ତୁମଠୁ ଢେର

ସେ ଆହୁରି ହସିଲା ଜୋରେ

ମୋ ଭିତରେ

ଉନ୍ମାଦନା ଆଣି

ମୁଁ ଟିକେ ଦୋହଲି ଗଲି

ମୋ ଇଚ୍ଛା ମାନେ ଘାଏଁ କରି ଉଡ଼ିଗଲେ

ଯାହାକୁ ଆଜି ମୁଁ ମୁଦି ପିନ୍ଧାଇ ଆସିଛି

ଆଗାମୀ ତିଥିରେ ବିବାହ ଆମର

ତାକୁ ଭିଡି ଧରିବାକୁ

ଫାଜିଲି ବର୍ଷା

ଆହୁରି ଘିଅରେ

ଢାଳୁଥିଲା ନିଆଁ

କଲ ବଲ କରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance