STORYMIRROR

Tapan Dixit

Abstract Others

2  

Tapan Dixit

Abstract Others

ପେଟ ପାଟଣାର ହାଟ

ପେଟ ପାଟଣାର ହାଟ

1 min
12.7K


କିଛି ଯୋଡି ହେଲା କିଛି ଫେଡ଼ି ହେଲା 

କିଛି ମିଳିଗଲା କିଛି ହଜିଗଲା 

କିଛି ରହିଗଲା କିଛି ଚାଲିଗଲା 

ପାଇ ହରାଇବା ହରାଇ ପାଇବା 

ଏତ ଚିରାଚରିତର ପ୍ରଥା ,

କାହିଁକି ବା ଏତେ ମାନ ଅଭିମାନ 

ହୃଦୟ ଯାତନା ବ୍ୟଥା ?

ଜୀବନଟା ପଛେ ପ୍ରବଞ୍ଚନା ହେଉ

ଲୁହ ଦରିଆରେ ସୁଖ ଭାସିଯାଉ

ବଞ୍ଚିବା ହେଉବି ହଳା ହଳ ବିଷ 

ଚାଲିବାକୁ ହେବ ବାଟ ,

ଏ ତ ଭବ ସାଗରର ବାଉଳା ବେଳାରେ 

ପେଟ ପାଟଣାର ହାଟର ହଟ ଚମଟ ।।

ତପନ ଦୀକ୍ଷିତ(ବେଳାଭୂମି)

26.12.2017

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Abstract