STORYMIRROR

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ପଚାରୁଛି କୁହ ଶାସକଗଣ

ପଚାରୁଛି କୁହ ଶାସକଗଣ

1 min
275


ସମ୍ବିଧାନରେ ଅର୍ଥନୈତିକ ସ୍ୱାଧୀନତା 

ଏକ ମୌଳିକ ଅଧିକାର

ପଚାରୁଛି କୁହ ଦେଶର ଶାସକ ଗଣ, 

ଖାଲି ରହିବ କାଗଜ ଭିତର ।


ସାମାଜିକ ସ୍ୱାଧୀନତାର ହାସଲ କରିବା 

ନାଗରିକର ମୁଖ୍ୟ ପ୍ରଶ୍ନ

ଭାବିଛକି କେବେ? ଅର୍ଥନୈତିକ ସ୍ୱାଧୀନତା- 

ବିନା, ସ୍ୱାଧୀନତାର କି ସ୍ଥାନ ।


ପ୍ରତିଟି ପଶୁ ପକ୍ଷୀ ମାନେ ନରଖନ୍ତି ଧନ 

ଧନୀ ହେବା ପାଇଁ

ସକାଳୁ ରାତି, ପରିଶ୍ରମ କରି ବଞ୍ଚୁ ନାହାଁନ୍ତି 

କି ଖୁସିରେ ଖାଇପିଇ ।


ସ୍ଵାଧୀନତାର ମାନେ କଅଣ ପଚାରେ ଅନେକ 

ଥର ମନେ ମନେ

ଆକାଶରେ ଉଡୁଥିବା ପକ୍ଷୀଟିକୁ ଦେଖି, ସେ

କଥା ଭାବେ ଦିନେ ଦିନେ।


ଫୁଙ୍ଗୁଳା ହୋଇ ଆସିଛେ, ନିଶ୍ଚିତ ଦିନେ ନା 

ଦିନେ ମୃତ୍ୟୁ ହେବ,

ନବୁଝେ ବୃଦ୍ଧ ଅବା ଯୁବକ, ଜାତି ଧରମର

କରେନି ତ ଭେଦଭାବ ।


ପୁଂଜିବାଦୀ ଦୁନିଆରେ ସାମାଜିକ ସ୍ୱାଧୀନତା

ସତେ କଅଣ ମିଳି ପାରିବକି

ଓଂମ୍ ଶୁଭମ୍ ଲାଭ ଚେତନାରେ ସାମାଜିକ 

ସ୍ୱାଧୀନତା ହୋଇ ପାରିବକି ?


ଭୋକରୁ ବର୍ତ୍ତିବା ଲାଗି ଅଧା ପେଟେ ଦାଦନ

ଅବା ଗୋତି ଖଟୁଛି

କୁହତ ଶାସକ ଗୋଷ୍ଠୀ, କେମିତି ଭାବିବି ମୁଁ, 

ସ୍ଵାଧୀନତା ପାଇଛି !


ଫୁଙ୍ଗୁଳା ହୋଇ ଦିନେତ ଚାଲି ଯିବା, ଗର୍ବ 

ଅହଙ୍କାର କିଆଁ କରୁଛେ

ତୁମେ କଅଣ ଜାଣିନାହଁ, ଜୀବ ଛାଡି ଗଲା 

ପରେ ପରେ ସବୁ ତ ଛାଡୁଛେ ।


ସହାନୁଭୂତି, ଦରଦ, ଭାବପ୍ରବଣତା ମନୁଷତ୍ୱ 

ଗୁଣରୁ କାହିଁକି ଦୂରେଇବା ?

ଆସ, ଏ ସୁନ୍ଦର ଧରଣୀକୁ ପ୍ରେମ ପ୍ରୀତି 

ଲାଳିତ୍ୱରେ ରଙ୍ଗେଇ ଦେବା ।



Rate this content
Log in

Similar oriya poem from Inspirational