STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପଚାରୁଛି ଅତୁଲ୍ୟ ଭାରତ

ପଚାରୁଛି ଅତୁଲ୍ୟ ଭାରତ

1 min
239

କବିତା - ପଚାରୁଛି ଅତୁଲ୍ୟ ଭାରତ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୪-୨୦୨୫

ବିଚରା ଡଷ୍ଟବିନ୍ ହୁଏ ବଦନାମ୍ 
ଗଳି କୋଣରେ 
ଗାଳି ପରେ ଗାଳି ତିରସ୍କୃତ ହୁଏ
ରାସ୍ତା କଡ଼ରେ
ପ୍ରଶ୍ନର ଅର୍ଗଳି ଭିତରେ 
ଦାଗି ଆସାମୀ ପରି 
ଦୋଷୀ ଚୋର ତଷ୍କର ପରି 
ସହୁଥାଏ ସଭ୍ୟ ମଣିଷର ତର୍ଜନୀ ତମାମ୍ 

ନିର୍ଜିବ ଡ଼ଷ୍ଟବିନ୍ ବିଚରା
ମଣିଷ ହାତରେ ଖେଳଣା
ମଣିଷର ନିଜ ଉଦ୍ଭାବନ 
ଧରିରଖେ ଚିରା ଫୋପଡ଼ା
ଅଦରକାରୀ ଅଳିଆ
ମାତ୍ର ତୀର୍ଯ୍ୟକ ଚାହାଁଣୀର ହୁଏ ଶିକାର 
ମାଡ଼ ଗୋଇଠା ଖାଏ  ପହଁରା ପାହାର 

ବିଚରା ଡଷ୍ଟବିନ୍
କୁଢ଼ କୁଢ଼ ଅଳିଆରେ ଭରା
ମାଳ ମାଳ ଆବର୍ଜନାରେ ମରା
ପଚା ଦୁର୍ଗନ୍ଧରେ ଅଣନିଶ୍ୱାସୀ
 ଆପେ ଆପେ ନାକ ଉପରକୁ
 ହାତ ଉଠିଯାଏ ପରା

ମୋ ମତରେ ଅଳିଆ ସବୁ 
ଡଷ୍ଟବିନ୍ ରେ ନ ଥାଏ
ଥାଏ ଲୋକଙ୍କ କଥାବାର୍ତ୍ତାରେ
ମନରେ ଚିନ୍ତା ଚେତନାରେ
ଥାଏ ମଗଜ ମସ୍ତିସ୍କରେ
କୁତ୍ସା ରଟନା ରଚନାରେ
ଥାଏ ଅନ୍ୟ ମୁଣ୍ଡରେ ଦୋଷ ଲଦିବାରେ
ଥାଏ ବିନା କାରଣରେ
କଳି କଜିଆ କରିବାରେ
ଥାଏ ଲୋକଙ୍କ କୁମନ୍ତ୍ରଣାରେ
ଅନ୍ୟକୁ ଫାନ୍ଦରେ ପକେଇ ମଜା ନେବାରେ

ଭାବି କୁହ
ପ୍ଲାଷ୍ଟିକ୍ ଡଷ୍ଟବିନର ଅଳିଆ ସଫା ହୋଇଯିବ
ମାତ୍ର ମନ ତଳେ ସାଇତା ଆବର୍ଜନା 
ମାତ୍ର ମଗଜରେ ପୋତା ପଚାସଢ଼ା ଭାବନା 
ମାତ୍ର ଆତ୍ମାରେ ରୋପା ପୂତିଗନ୍ଧମୟ ଚିନ୍ତା ଚେତନା 
ସଫା ହେବ କେବେ ?
ପରିସ୍କାର ହେବ କେବେ ?
ପ୍ରଦୂଷଣମୁକ୍ତ କେବେ ହେବ ?

ପଚାରୁଛି ଅତୁଲ୍ୟ ଭାରତ
ବିକସିତ ମସ୍ତିଷ୍କ ଉଠେଇ ଜଗେଇ
ପଚାରୁଛି ଅମୂଲ୍ୟ ଭାରତ
ବିଷ୍ଫାରିତ ଚୈତନ୍ୟ ମୁଠେଇ ମଗେଇ


Rate this content
Log in

Similar oriya poem from Tragedy