STORYMIRROR

Suresh chandra Padhy

Romance

4  

Suresh chandra Padhy

Romance

ପବିତ୍ର ପ୍ରେମ

ପବିତ୍ର ପ୍ରେମ

1 min
415


ପ୍ରେମ ଅନନ୍ତ ପ୍ରେମ ପବିତ୍ର ,

ପ୍ରେମ ହୃଦୟର ଭାବ ପ୍ରେମ ଅଛି ସର୍ବତ୍ର।

ପ୍ରେମ ବିନା ସୃଷ୍ଟି ରହିବ ନାହିଁ,

ସୃଷ୍ଟିର ଆରମ୍ଭ ପ୍ରେମକୁ ନେଇ।

ପ୍ରେମ ହୃଦୟରୁ ଝରି ଝରି ଆସଇ,

ପ୍ରେମ ରହିଛି ଅନନ୍ତ ରୂପ ହୋଇ।

ପ୍ରେମ ହୁଏ ତ୍ୟାଗ ସମର୍ପଣ ଭାବ ନେଇ,

ପ୍ରେମ ବିନା ଜୀବର ଅସ୍ଥିତ୍ୱ କିଛି ନାହିଁ।

ପ୍ରେମ କରାଯାଏ ନାହିଁ ପ୍ରେମ ହୋଇ ଯାଏ,

ପ୍ରେମରେ ଦିନ ସରି ଯାଏ ରାତି ବିତି ଯାଏ।

ରାଧା ସାଥେ କୃଷ୍ଣ କରିଥିଲେ ପ୍ରେମ,

ପ୍ରେମର ଅମର ଗାଥା ରଚିବାକୁ ଆସିଲେ ଧରା ଧାମ।

ଦୁଇ ଦେହ ଏକ ଆତ୍ମା ରାଧା କୃଷ୍ଣ ହୋଇଥିଲେ,

ବିରହରେ ବି ପ୍ରେମର ସୁଖ ମିଳେ ବୁଝାଇ ଦେଲେ।

ପ୍ରେମର ସୁରରେ ମୋହନ ବଂଶି ଡାକ ଦେଇଥିଲା,

ଷୋଳ ସହସ୍ର ଗୋପାଙ୍ଗନାଙ୍କୁ ପ୍ରେମ ରେ ଅଧିର କଲା।

ଶାଶ୍ୱତ ପ୍ରେମ ପାଇ ଗୋପୀ କୃଷ୍ଣ ଙ୍କୁ ଝୁରିଲେ,

କୃଷ୍ଣ ପ୍ରେମ ରେ ସବୁ ମାୟା ଛାଡି କୃଷ୍ଣ ଙ୍କୁ ପାଇଲେ।

କୃଷ୍ଣ ପ୍ରେମ ପାଇ ମୀରା ଯୋଗିନୀ ହେଲେ,

ଶାଶ୍ୱତ ପ୍ରେମ ହିଁ ସତ୍ୟ ନିତ୍ୟ ମୀରା ଜାଣିଥିଲେ।

କୃଷ୍ଣ ପ୍ରେମ ରେ ମୀରା ବିଷକୁ ପିଇଦେଲେ,

ଶାଶ୍ୱତ ପ୍ରେମ ଦେଖି କୃଷ୍ଣ ବିଷକୁ ଅମୃତ କଲେ।

ପ୍ରେମ ରସ ପାଇ ଶ୍ରୀ ଚୈତନ୍ୟ ଭାବରେ ନାଚିଲେ,

ଶାଶ୍ୱତ ପ୍ରେମ ରେ ହରିନାମାମୃତ ସବୁଠି ପ୍ରଚାର କଲେ।

ବାତ୍ସଲ୍ୟ ପ୍ରେମରେ ଯଶୋମତି କୃଷ୍ଣଙ୍କୁ ପାଳିଲେ,

ପ୍ରେମ ବନ୍ଧନରେ କୃଷ୍ଣଙ୍କୁ ବାନ୍ଧି ଗଣ୍ଠି ଧନ କରିଥିଲେ।

ଦାସିଆ ପ୍ରେମ ଭାବ ନେଇ ନଡିଆକୁ ଦେଲେ,

ଦାସିଆର ପ୍ରେମରେ କାଳିଆ ନଡିଆକୁ ନେଲେ।

ପ୍ରେମ ହିଁ ସତ୍ୟ ପ୍ରେମ ହିଁ ସୁନ୍ଦର ପ୍ରେମ ଯୁଗେ ଯୁଗେ ରହିଛି,

ପ୍ରେମରେ ଜୀଇଁବା ପ୍ରେମରେ ପାଇବା ପ୍ରେମ ଶିଖାଉଛି।

ପ୍ରେମ କେବେ ଶେଷ ହେବନି ପ୍ରେମକୁ କିଏ ଲୁଟି ପାରିବନି,

ପ୍ରେମରେ ସର୍ଜନା ପ୍ରେମରେ ଅର୍ଚ୍ଚନା ପ୍ରେମ ତୃଷ୍ଣା କେବେ ମେଣ୍ଟେନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance