STORYMIRROR

Ajit Kumar Raut

Classics Others

4  

Ajit Kumar Raut

Classics Others

ପବିତ୍ର ମାତୃଭାଷା

ପବିତ୍ର ମାତୃଭାଷା

1 min
327

ଯେ ଜନ ନ ବୁଝେ ମାନ ଅପମାନ

ଅବଶ୍ୟ ଅଟଇ ପଶୁର ସମାନ,

ଯା ଭାଷା ଦୁର୍ବଳ ନାହିଁ ତାର ଜ୍ଞାନ

ନ ମିଳେ ଆଦର ନ ମିଳେ ସମ୍ମାନ।୧।


ବଡ଼ ହେବାପାଇଁ କର ବଡ଼ ଆଶା

ଆଗେ କର ତୁମେ ନିଜ ମାତୃଭାଷା,

ନାହିଁ ଯଦି ମନେ ଉଚ୍ଚ ଅଭିଳାଷା

ଜୀବନଟି ବୄଥା ଜନ୍ମ ଅଭିଳାଷା।୨।


ଏ ଜୀବନ ଅଟେ ପୁର୍ବ ପୁଣ୍ୟ ଫଳେ

ପ୍ରଭୁଙ୍କ ଦୟାରେ ଏ ଜୀବନ ମିଳେ,

ଅର୍ପିତ ଜୀବନ ଜନତାଙ୍କ ମେଳେ

ସବୁଟି ସମ୍ଭବ ମାତୃଭାଷା ବଳେ।୩।


ମାଆ ମାତୃଭୂମୀ ଜୀବନେ ସମ୍ମାନ

ମାତୃଭାଷା ଅଟେ ଜୀବନେ ମହାନ,

ମାତୃଭାଷା ବଳେ ଜ୍ଞାନ ଅଜ୍ଞାନ

ବୁଝି ହେବ ଭାଇ ସବୁ ଭାଷ ଜ୍ଞାନ।୪।


ଏକ ହସ୍ତେ ଭାଷା ଅନ୍ୟ ହସ୍ତେ ଜ୍ଞାନ

ଏହା ଅଟେ ଆତ୍ମା ଅମୂଲ୍ୟ ରତନ,

ବିଜୟୀର ମନ୍ତ୍ର ଅଟେ ଭାଷା ରତ୍ନ

ଆଦର ମିଳୁଟି ପ୍ରାଣେ ପ୍ରତିଦିନ।୫।


ଯେ ଜନ ନ ବୁଝେ ମାନ ଅପମାନ

ଅବଶ୍ୟ ଅଟଇ ପଶୁର ସମାନ,

ଯା ଭାଷା ଦୁର୍ବଳ ନାହିଁ ତାର ଜ୍ଞାନ

ନ ମିଳେ ଆଦର ନ ମିଳେ ସମ୍ମାନ ।।


Rate this content
Log in

Similar oriya poem from Classics