STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ପୌରୁଷ

ପୌରୁଷ

1 min
277

ପୁରୁଷର ଶ୍ରେଷ୍ଠ ଭାବ ପୌରୁଷ 

ଯୋଗାଏ ପ୍ରଣେ ସୁରତା

ପ୍ରଣେ ପ୍ରଣେ ବୁଣେ ପ୍ରେରଣା ପ୍ଲାବନ 

ମଧୁମୟୀ ସରସତା । 


ଆଦର ସଦ୍ଭାବ ସହନ ଶୀଳତା ,

ଶାନ୍ତି ଚେତନା ଜାଗୃତି  

ସାଥେ କେତେ ନିତ୍ୟେ ଦିବ୍ୟ ଭାବଦିଏ 

ପ୍ରଣେ ଭରଇ ତୃପତି । 


ଜଗାଈ ଅପରେ ଜୀବନ ଯାତ୍ରାରେ 

କେତେ ଭାବ ଅନୁ ଭୁତି  

ଅହରଣେ କ୍ଷମ ଗୁଣ ,ଯଶ ,ମ।ନ,

ପ୍ରସାର ରେ ନୀତି ନିତି । 


ଦିଏ ସହାୟତା ସଦ୍ଭାବ ନମ୍ରତା 

ଗୁଣେ ବିଭୂଷିତ କରେ 

ପ୍ରତ୍ୟେକ କାର୍ଯ୍ୟ ରେ ସିଦ୍ଧି ହସଲରେ 

ସହାୟ ଯେ ନିରନ୍ତରେ । 


ପୌରୁଷ ଭୂଷଣ ସୁପୁରୁଷ ଗଣେ 

ପ୍ରକାଶୀ ଥାଆନ୍ତି ଯଶ

ସ୍ନେହ ସଉହାର୍ଦ୍ୟ , ପ୍ରେମ ର ଅମୀୟ ,

ଶାନ୍ତି ପ୍ରୀତି ରା ବିକାଶ । 


ସାଥେ ମୈତ୍ରୀ ଆଦି ସୁ ଗୁଣ ସମୃଦ୍ଧି 

ବୃଦ୍ଧି କରି ଯେ ସତତ 

ସେବା , ମାନବତା ,ମାଧୁରୀ ନମ୍ରତା 

ଭାରି କରେ ପ୍ରଶଂସିତ । 


କରତବ୍ୟ ପଥେ ନିଏ ଅବିରତେ  

ପୁରୁଷକୁ ଯାହା ଟାଣି 

ପଊରୁଷ ହୀନ କର୍ମ ଭୀରୁ ଜନ

କରଇ ସିନା ଫୁଟାଣି । 


ଅଳସ ବିଳାସ ହରି ସୁ - ସାହସ 

ସାଥେ ମୁଖେ ଭାରେ ହସ 

ଅତି ଉପାଦେୟ ନିତି ଯାହା ଧ୍ୟେୟ 

ତାହାହିଁ ଅଟେ ପୌରୁଷ । 


ଦୁଖ ଶୋକ ମୋହ ଆବେଗ ସଂହାର 

କରି କରେ ଯେ ବିଜୟୀ 

ଜହରି ବଳ ରେ ନର ହୋଇ ପ।ରେ 

ସକଳ କାର୍ଯ୍ୟ ବିଜୟୀ । 


ବିଦ୍ୟା ,ବିନୟ ଓ ସାଧୁତା ଅଭୟ 

ପୌରୁଷ ଶ୍ରେଷ୍ଠ ଭୂଷଣ 

ସୁବର୍ଣ୍ଣ ରେ ରତ୍ନ , ପରାଏ ଶୋଭନ 

ଦିଶାନ୍ତି ଏ ସବୁ ଗୁଣ । 


ପଊରୁଷ ସ୍ଵର୍ଣ୍ଣେ ଯେ ବିବିଧ ବର୍ଣ୍ଣେ 

ବିଭା ବିକିରଣ କ।ରି 

ସାଧୁତା ଓ ନିଷ୍ଠା ଶୌର୍ଜ୍ୟ ,ପରାକାଷ୍ଠା

ପରି ନାନା ଗୁଣାବଳୀ । 


ଦୀପ୍ତ ଦ୍ବୁତିଶାଳି ରାଜନ୍ତି ଉଜ୍ଜଳି 

ଜ୍ଜ୍ଵଳିତ ରତ୍ନ ପରାୟ 

ପୌରୁଷ ହୀନ ମଣିଷ ଜୀବନ 

ଅଟେ ବ୍ୟର୍ଥ ଅସହାୟ । 


ପର ଉପକାର ସାଧନାରେ ଯାହା  

ପ୍ରେରଣା ଦିଅଇ ଭାରି 

ପଉରୁଷଶୀଳ ମାନବ ସାଫଲ୍ୟ 

ସାଥେ ଯଶ ସୁଖ ଶିରୀ । 


ଲଭଇ ସତତ ଶୌର୍ଯ୍ୟ , ବୀର୍ଯ୍ୟ , ଦୀପ୍ତ 

ପ୍ରଗାଢ ତେଜ ଆହାରି 

ଆପଣାର ଗୁଣେ ଯଶ ସନମାନେ  

ଥାଏ ସଦା ସୁଖେ ଚଳି । 



Rate this content
Log in

Similar oriya poem from Action