STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ପୌରୁଷ

ପୌରୁଷ

1 min
329

ତା କାନ୍ଧରେ ଅନେକ ଦାୟିତ୍ୱର ବୋଝ

ଅଦିନେ ତା ପାଚେ ଚୁଟି କ୍ଳାନ୍ତ ତା ମଗଜ,

ହୃଦୟ ପଥର କରି ବାଟ ଚାଲେ ନିତି

ଲୁଚେଇ ରଖି ତା ମନ ତଳର ଦରଜ।। 


ସଂସାର ଜଞ୍ଜାଳେ ସେ ନିରାସକ୍ତ ସନ୍ଥ

ସୁଖେଦୁଃଖେ ବାଟ ଚାଲେ ନହୋଇ ବିରକ୍ତ,

ତା ସଂସାର ପାଇଁ ସେ ଏକ ସୁରକ୍ଷା କବଚ

ଧୀର ସାଜେ ସ୍ଥିର ହୋଇ ଛନ୍ଦହୀନ ଚିତ୍ତ।। 


କେବେ ସାଜେ ଆଶାବାଡି ବୁଢ଼ୀ ମା'ଟିର

ବାପାର ହୃଦୟେ ଢାଳେ ଆଶ୍ୱସ୍ତିର ନୀର

ଭାଇ ଭଉଣୀଙ୍କ ପାଇଁ ସ୍ନେହାସିକ୍ତ ଧାରା

ପତ୍ନୀର ପାଇଁ ପ୍ରେମର ସେ ଅନନ୍ତ ନିର୍ଝର।। 


ସନ୍ତାନ ଆଖିରେ ସିନା ସପନ ନାୟକ

ନିଜ କାଲିଜାକୁ କାଟି ଗଢ଼େ ସେ ପ୍ରତୀକ

ବନ୍ଧୁ ପରିଜନଙ୍କର ଏକ ଆଶାର ନକ୍ଷତ୍ର

ନିଜକୁ ଜାଳି ସେ ଭରେ ଆବାସେ ଆଲୋକ।। 


ତଥାପି ନିନ୍ଦିତ ସଦା ସବୁରି ଆଖିରେ

ସର୍ବେ ମୁଖ ଦ୍ୟନ୍ତି ମୋଡ଼ି ସ୍ୱାର୍ଥପୂର୍ତ୍ତି ପରେ,

ନିରବେ ସେ କରିଚାଲେ ଦାୟିତ୍ୱ ନିର୍ବାହ

ପୁରୁଷ ସେ ପୌରୁଷକୁ ସାର୍ଥକ ତା କରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract