Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ପୌରୁଷ

ପୌରୁଷ

1 min
4



ପୁରୁଷ ପଣିଆ ପାଇଁ କିବା ଲୋଡ଼ା

ଭୁଜବଳ ସୁଶରୀର

ମନରେ ସମ୍ମାନ ନଥିଲେ ଜାଣିଥା

ପୁରୁଷତ୍ଵ ହୁଏ ହାର ।


ନାରୀକୁ ଆକ୍ଷେପ କରେ ଯେଉଁ ନର

ଧିକ ତାର ପୌରୁଷକୁ

ସୁଠାମ ଶରୀର ବଳେ ବଳୀୟାର

ଆକର୍ଷିତ କରିବାକୁ ।


ହୃଦୟରେ ପ୍ରେମ ବାକ୍ୟରେ ସଂଯମ

ପୁରୁଷ ପଣିଆ ମୂଳ

ନାରୀର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ନିମନ୍ତେ

ଦେଖାଅ ନିଜର ବଳ ।


ନାରୀତ୍ଵ ଯେପରି ନାରୀର ଗହଣା

କାଳେ କାଳେ ରହିଅଛି

ପୌରୁଷ ସେପରି ଜାହିର ହୁଅଇ

ଆଖି ଲୁହ ଦିଏ ପୋଛି ।


ସମାଜର ସ୍ତମ୍ଭ ନାରୀ ଓ ପୁରୁଷ

ଏକ ମୁଦ୍ରା ପାର୍ଶ୍ଵ ଦୁଇ 

ଉଭୟ ଜରୁରୀ ଉଭୟଙ୍କ ପାଇଁ

ପୌରୁଷ ଏକା ନାହିଁ ।



Rate this content
Log in

Similar oriya poem from Abstract