Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Abstract Romance Classics

3  

Padmalaya Mishra

Abstract Romance Classics

ତୁମେ ଓ ମୁଁ

ତୁମେ ଓ ମୁଁ

1 min
6



ତୁମେ ବସନ୍ତ ମୁଁ କୋଇଲି

ଶିହରିତ ତୁମ ପରଶେ

ତୁମେ ଫଗୁଣ ମୁଁ ବଉଳ

ଫୁଟିଉଠେ ତୁମ ପିୟୂଷେ ।


ତୁମେ ଅବିର ମୁଁ ଆତୁର

ବୋଳି ହେବା ପାଇଁ ଦେହରେ

ତୁମେ ମେଳଣ ମୁଁ ଝୁଲଣ

ଏକାଠି ଏ ଦୋଳ ନିଶାରେ ।


ତୁମେ କହ୍ନାଇ ମୁଁ ରାଧିକା

ଝୁରି ମରେ ତୁମ ବିହୁନେ

ତୁମେ ବଇଁଶୀ ମୁଁ ମୁର୍ଚ୍ଛନା

ପାଗଳିନୀ ପ୍ରେମ ଦହନେ ।


ତୁମେ ସାଗର ମୁଁ ତରଙ୍ଗ

ରହିପାରେ ନାହିଁ ମଉନେ

ତୁମେ ଆକାଶ ମୁଁ ବିହଙ୍ଗ

ଉଡିବୁଲେ ତୁମ ଅଙ୍ଗନେ ।


ତୁମେ କଦମ୍ବ ମୁଁ ଯମୁନା

ପାଶେ ପାଶେ ରହି ସନ୍ତୁଷ୍ଟ

ତୁମେ ମଧୂପ ମୁଁ ସୁମନ

ଛୁଇଁ ଯାଇ କର ଉଚିଷ୍ଟ ।


ତୁମେ ମଳୟ ମୁଁ ମାଳତୀ

ସୁବାସିତ ତୁମ କାରଣେ

ତୁମେ ଦେବତା ମୁଁ କୁସୁମ

ଅସ୍ତିତ୍ଵ ମୋ ତୁମ ଚରଣେ ।


ତୁମେ ମନ୍ଦିର ମୁଁ ଆଳତି

ଜଳୁଥାଏ ତୁମ ପ୍ରାଙ୍ଗଣେ

ତୁମେ ରସିକ ମୁଁ ଯେ ଦାସୀ

ବସିଅଛ ମୋର ପରାଣେ ।


ତୁମେ ଚନ୍ଦନ ମୁଁ ସୁବାସ

ମହକୁ ଅଛି ଚତୁର୍ଦ୍ଦିଗ

ତୁମେ ନୟନ ମୁଁ ସପନ

ତୁମ ବିନା ମନେ ବୈରାଗ ।



Rate this content
Log in

Similar oriya poem from Abstract