STORYMIRROR

Binapani Tripathy

Inspirational

4  

Binapani Tripathy

Inspirational

ପାଉଁଶ ତଳର ସ୍ବପ୍ନ

ପାଉଁଶ ତଳର ସ୍ବପ୍ନ

1 min
462

ନିର୍ବାପିତ ହେଲା କି ସେ ବହ୍ନି 

ଛାତି ତଳେ ଜଳୁଥିଲା ସୁଖେ, 

ଯାମିନୀରେ କାହା ଅପେକ୍ଷାରେ

ଧରି ହାତେ ଆଲୋକରୁ ମେଞ୍ଚେ ।।


ବାହାରଟା ଥିଲା ଅନ୍ଧକାର  

ଭିତରେ ବି ତମସାର ଭିଡ, 

ପୋଡା ଜଳା ଗନ୍ଧ ଭାସି ଆସେ 

ସ୍ବପ୍ନ ସବୁ ହେଲେ କି ଅଙ୍ଗାର !।


ଅପେକ୍ଷା ତ ଅସହାୟ ଏଠି 

ଉପେକ୍ଷାରେ କଟୁଛି ଜୀବନ, 

ଅଞୁଳିରେ ଝାଉଁଳା ଅତୀତ 

ଅହରହ କରୁଛି ରୋଦନ ।।


ପାଉଁଶ ତଳର ନିଭା ସ୍ବପ୍ନ 

କ୍ଷୀଣ କିନ୍ତୁ ନୁହେଁ ମଲା ଜହ୍ନ 

ମରମକୁ ଧିରେ ଛୁଇଁ ଯାଏ 

ଆଶାର ସେ ପୂବେଇ ପବନ ।।


ତେଜି ଉଠେ ନିଆଁ ଝୁଲ ଟିକେ 

ଜୀଇଁବାର ମଧୁର ଯାତନା 

ଜଳୁଥାଏ ଦିକି ଦିକି ହୋଇ 

ମାନେନା ସେ ,ମନା କା' ମାନେନା ।।


ଅଭିମାନୀ ଏ ଅବୁଝା ମନ 

ଉଙ୍କି ମାରେ ମିଛେ ଗବାକ୍ଷରେ 

ଲୁହ ପୋଛି ଲାଜେ ହସି ଦିଏ 

ପାଦ ଶବ୍ଦ ଶୁଣି ଭାବନାରେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Inspirational