ପାଷାଣଗାତ୍ରର ରୂପସୀ
ପାଷାଣଗାତ୍ରର ରୂପସୀ
ପାଷାଣ ଗାତ୍ରର ରୂପସୀ ଗୋ ତୁମେ
ମୋ ମନକୁ ଛୁଇଁ ଯାଅ
କଳ୍ପନାରେ ମୋର ବାରମ୍ବାର ତୁମେ
ଜୀବନ୍ୟାସ ପାଉଥାଅ I
ତୁମରି ତୀର୍ଯ୍ୟକ ଚାହାଣୀ ମୋ ଦେହେ
ଶୀହରଣ ଭରିଦିଏ
ତୁମପାଇଁ ସଖୀ ରଙ୍ଗ ମହଲରେ
ମଦିରା ବି କଥା କୁହେ I
ତୁମରି ନୀରବ ଆଖିରେ ଲୋ ସଖୀ
ଦେଖେ ମୁଁ ପ୍ରୀତିର ଛିଟା
ତୁମରି ଦେହର ଲାଳିତ୍ୟ ମୋ ମନେ
ଭରିଦିଏ ଆତ୍ମୀୟତା I
ଆଖିରେ ସାଇତି ରଖିଛି ତୁମକୁ
ରହିଥିବ ଚିରଦିନ
ଲେଖୁଥିବି ବସି ପ୍ରୀତିର ଆଲେଖ୍ୟ
ଭଗ୍ନ' ଶୀଳାର ମନ I

