STORYMIRROR

Debashis Pati

Inspirational

3  

Debashis Pati

Inspirational

ପାରିଜାତର ଦୁଃଖ

ପାରିଜାତର ଦୁଃଖ

1 min
191

ଦିବା ସୂର୍ଯ୍ୟ ଉଇଁଲେ ଚପଳା ଭୋରଟା 

ଧୀରେ ଧୀରେ ସକାଳ ପାଲଟେ 

ହେଲେ କେଉଁ ପ୍ରତୀକ୍ଷାର 

ଅଭିସାରିକା ସାଜିଥିବା ଦିବ୍ୟ ପାରିଜାତ

ଆଉ କଣ ଗଛକୁ ଲେଉଟେ !

ତଥାପି ବି ସେ ନିଜ ପ୍ରୀତି 

ପରଷିବାରେ ହେଳା କରେନି

ଦୀପର ସଳିତା ସାଜି ସେ

କାହାକୁ ଆଲୋକ ଦେଇ ପାରେନି ସତ

ହେଲେ ପ୍ରଦୀପଠାରୁ ଆହୁରି

ଗାଢ଼ ଜଳୁଥିବା ତା ପ୍ରେମ ଦେହରେ

ସେ ଛାଇ ଅନ୍ଧାରର ଶୀତଳତା ବୋଳିଦିଏ

ସୁବାସ ବିଛୁରିତ ହୁଏ ଦିଗନ୍ତ ବିସ୍ତାରି 

ଗୋଟେ ନିରବ ପ୍ରେମ 

ସାକାର ହୋଇଉଠେ 

ନିଃଶ୍ୱାସ ମ୍ଳାନ ହେଉ ହେଉ 

ରବିର ଆଗମନ ସ୍ପର୍ଶରେ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational