ପାରିବାରିକ କଳହ
ପାରିବାରିକ କଳହ
କି ସୁନ୍ଦର ଆହା କି ଆନନ୍ଦମୟ
ଏଇ ଆମ ପରିବାର
ପିତାମାତା ଭାଇ ଭଗ୍ନୀଙ୍କର ସ୍ନେହ
ଥାଏ ଯହିଁ ନିରନ୍ତର
ଜେଜେ ବାପାଙ୍କ ର ମଧୁର ଆକଟ
ଜେଜେ ମାଆ କୋଳେ ଜାତି ଜାତି ଗପ
କାକା ଖୁଡୀ ସାଥେ କେତେ ଗେଲ
କାହିଁ ହଜିଗଲା ସେଇ ଖୁସିବେଳ।
ଘର ହସୁଥିଲା ସରଗ ପରାଏ
ସେନେହ ଶରଧା ମଧୁର ଝରରେ
ସେନେହ ବିଶ୍ବାସ, ଅନୁଶାସନ
ଅତୁଟ ରଖଇ ସଂପର୍କ ବନ୍ଧନ
ମଧୁର ଆକଟ କରଇ ମାର୍ଜିତ
ଅନୁଶାସନର ସେଇ କଥା ମାନ
ସଂସ୍କାରିତ କରି ଗଢଇ ଜୀବନ।
ମମତାର ଡୋରୀ ଯାଏ ଯେବେ ଛିଡି
ଊଣା ହେଲେ ସ୍ନେହ ଉପୁଜେ ତ କଳି।
ଧୈର୍ଯ, ଶାନ୍ତି, ପ୍ରୀତି ସହିବା ଅଭାବେ
ପରିବାରେ କଳି ତ ଉପୁଜେ
ବୁଝିହୁଏ ନାହିଁ ଆଲୁଅର ମୂଲ
ଯେସନେ ନ ଥିଲେ ଅନ୍ଧାର
କେବେ ବି କଳହ ବୁଝାଇ ଦିଏତ
ସଂପର୍କର ମୂଲ କେତେ ଯେ ମହତ
ଭୁଲିଲେ ମାନ ,ଅଭିମାନ
ଭୁଲିଲେ ନିଜ ଟାଣ ପଣ
କଳହର କଳା ବାଦଲ ହଟିବ
ଖିଲି ଖିଲି ପରିବାର ତ ହସିବ।
