Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Dehuri

Abstract Inspirational

3  

Nirupama Dehuri

Abstract Inspirational

ପାର୍ବଣ

ପାର୍ବଣ

1 min
197


ପକ୍ବ ପର୍ଣ୍ଣ ଧରାଶାୟୀ

ପାର୍ବଣର ଅପୂର୍ବ ବେଳାରେ

ବାସନ୍ତୀୟ ଆଗମନ

ଜଡ ଠାରୁ ଜୀବ ଯାଏ

ପୁଳକିତ  ‌‌‌‌‌

ଋତୁରାଜ ଆଗମନେ।

ରକ୍ତାଭ ପଲାସ

ମନଲୋଭା ଆକର୍ଷଣ

ମାଙ୍ଗଳିୟ ସମାବେଶ

ଅଭ୍ୟର୍ଥନା ଦିଏ।

ଚୈତ୍ର ପର୍ବ ପ୍ରଚଣ୍ଡ ରୌଦ୍ରତାପ

ଦଣ୍ଡନୃତ୍ଯ ଆରମ୍ଭନ୍ତି

ମାହେଶ୍ଵରୀ ସହ କାଶୀନାଥ

ଷୋଡ଼ଶ ପୂଜା ଉପହାର

ହସ୍ତେ ପଲାସ ସମ୍ଭାର

ମହେଶଙ୍କୁ ବିନତୀ ଜଣାନ୍ତି

ଶୈଳସୂତା।

ହେ ଶଙ୍କର

ଆକୁଳେ ଡାକନ୍ତି ପ୍ରାଣୀକୂଳ

କେଉଁଠି ପ୍ରତି ପତ୍ତିରେ

ପ୍ରମତ୍ତ ମଣିଷ

ପୁଣି କେଉଁଠି 

ହା ହା କାର କରୁଣ ଚିତ୍କାର

ଧରା ଉପଦ୍ରବ

ଜୀବନ ନୁହେଁ ଏଠି ଫୁଲ ବଣ

ନର୍କର ଜଉଘର ।

ମାହେଶ୍ଵରୀ ,ମହାକାଳୀ

ସୃଷ୍ଟି, ସ୍ଥିତି ,ଲୟର କାରଣ

ଶକ୍ତି ବିନା ଶିବ ଏଠି ଶବ

ଯୁଗେ ଯୁଗେ ଅଗ୍ର ପୂଜ୍ୟ ଶକ୍ତି

ତେବେ ତ

ମହିଷାସୁର ମୃତ୍ୟୁରେ

ଅକ୍ଷମ ସମଗ୍ର ଦେବକୂଳ 

ଦୁର୍ଗା ହସ୍ତେ ଦୁଷ୍ଟ ଦୈତ୍ୟ

ହୁଅଇ ନିଧନ ।

ହେ 'ମା ଶୈଳସୁତା

ଦୁର୍ଗତିନାଶିନୀ , ଜଗଦମ୍ବେ

ଆବିର୍ଭୁତ ହୁଅ

ଦୁଷ୍ଟକୁ ସଂହାରି

ସନ୍ଥ ପ୍ରତି ପାଳ

ସ୍ଂତାପରେ ମ୍ରିୟମାଣ ଜଗତେ

କୃପାବାରୀ ଢାଳ ।



Rate this content
Log in

Similar oriya poem from Abstract