STORYMIRROR

Pratima Satpathy

Classics

4  

Pratima Satpathy

Classics

ପାର୍ବଣ

ପାର୍ବଣ

1 min
292


ସୁନୀଳ ଶରତେ ପାର୍ବଣ ଆସିଛି

       ମାଆଙ୍କୁ କୋଳରେ ଧରି

ହର୍ଷ, ଉଲ୍ଲାସରେ ବାଜୁଅଛି ବାଜା 

         ଶୁଭୁଅଛି ହୁଳହୁଳି।

ସିଂହ ବାହନରେ ଆସୁଛନ୍ତି , ହସି

        ଜଗତ ଜନନୀ ମାଆ 

ଦୁଷ୍ଟଙ୍କୁ ସଂହାରି ସନ୍ଥଙ୍କୁ ଉଦ୍ଧାର 

       ।।ପାଇଁ ଜନ୍ମ ଯୋଗମାୟା।

ମଙ୍ଗଳ ମହୁରୀ ବାଉଛି ଝିଙ୍କାରି  

        ଗାଏ ହଳଦୀ ବସନ୍ତ

କୁମ୍ଭାଟୁଆ ପକ୍ଷୀ ଗାଏ ମାଙ୍ଗଳିକ 

       ପନୀର ସିଞ୍ଚେ ମରୁତ

ଭ୍ରମରୀ ବଜାଏ କୁସୁମର ବୀଣା 

         ପୁଲକିତ ହୁଏ ମହୀ 

ଶୁଭ୍ର କାଶତଣ୍ଡୀ ମାଆଙ୍କ ଚରଣ

      ବନ୍ଦେ ଚାମର ହଲାଇ।

ବ୍ରାହ୍ମଣଙ୍କ ମନ୍ତ୍ର ଧ୍ଵନୀ ଶବଦରେ

         କମ୍ପେ ଗଗନ ପବନ

ଆକାଶରୁ ପୁଷ୍ପ ବୃଷ୍ଟି ହେଉଅଛି

       ଆନନ୍ଦ ସମସ୍ତ ଜନ।

ଜୟ ଜୟ ମାତା ଅଭୟା ଅମ୍ବିକା, 

        ଆଦିଶକ୍ତି ଶାକମ୍ବରୀ 

ଦୂର୍ଗତୀ ନାଶିନୀ ମାଆ ଦୁର୍ଗାଦେବୀ

        ରକ୍ଷାକର ବସୁନ୍ଧରି।


Rate this content
Log in

Similar oriya poem from Classics