STORYMIRROR

Dhaneswar Dash

Classics

4  

Dhaneswar Dash

Classics

ପାର୍ବଣ ଅର୍ଘ୍ଯ

ପାର୍ବଣ ଅର୍ଘ୍ଯ

1 min
583

ଆସ ଆଦିଶକ୍ତି ମହାମାୟା ମା' ଗୋ 

ଧରଣୀକୁ ପ୍ରାଣୀ ହିତେ

ଯୋଗମାୟା ତୁମେ, ଅପସାରି ଦିଅ

ମାୟା, ସଂସାରୁ ତ୍ବରିତେ ।


ମାୟା ବନ୍ଧନରେ ପଡି ହନ୍ତସନ୍ତ 

ପ୍ରାଣୀ, ଏ ଭବ ସାଗରେ

ନିଷ୍କାମ ସେବାରୁ ନିବୃତ ରହିଛି

ନ ରହି ଭାବ ଭକ୍ତିରେ ।


କାମନା ବାସନା ତ୍ଯାଗି ପାରୁନାହିଁ

ପଡି ତୁମ ମାୟା ଜାଲେ

ପାରି କିବା ହେବ ଭବ ସାଗରରୁ 

ତୁମେ ଦୟା ନ କରିଲେ ।


ତୁମେ ମା' ଜନନୀ ବସିଛ ଛକରେ 

ଅବରୋଧ କରି ପଥ

ତୁମ କୃପା ବିନା ପରମାର୍ଥ ଭାବ

ନ ହୋଇପାରେ ଉଦିତ।


ଭବ ସାଗରରୁ ଉଦ୍ଧାର କର ହେ

ମାତା ଆଦିଗୁରୁ ଭାବେ

ବାତ୍ସଲ୍ୟ ପ୍ରେମରେ ଭରିଦିଅ ଭକ୍ତି 

ଜନ ମାନସଙ୍କ ହୃଦେ।


ତୁମେ ମା' ଶକ୍ତି ତୁମେ ମା' ଭକ୍ତି

ତୁମେ ଅଭୟ ଦାୟିନୀ 

ତୁମରି ସନ୍ତାନ ଭବ ଜଳେ ପଡି

କରେ ଏତିକି ମାଗୁଣି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics