ପାପୀ ହୃଦୟ
ପାପୀ ହୃଦୟ
କଳା ମେଘ ଢାଙ୍କି ଦିଅନ୍ତା କି
ସୂର୍ଯ୍ୟଙ୍କୁ
ରାଗିଯାଇ ବର୍ଷ ବର୍ଷ
ଆଉ ନଦୀ ମାନେ ବି
ସମୁଦ୍ରକୁ ନ ଯାଇ
ସହର ମୁହାଁ ହୁଅନ୍ତେ
ସବୁ ମଣିଷ ହୁଅନ୍ତେ ଅଵିଵେକୀ ଆଉ
ମୁଁ ଖୁସି ହୁଅନ୍ତି
ହିଂସାର ବନ୍ୟାରେ ପହଁରି ପହଁରି
ବନ୍ଧୁ ଆଉ ବାଲ୍ୟ ବନ୍ଧୁମାନେ
ଶତ୍ରୁ ହୋଇ ଯାଆନ୍ତେ
ମୋ ଛଳନା ଫାଶରେ ଛନ୍ଦିହୋଇ
ହୁଅନ୍ତେ ଅନ୍ଧବିଶ୍ୱାସୀ
ଆଘାତ ଦେଇ
ବିଶ୍ୱାସଘାତ ସାଜି
ଶାନ୍ତି ପାଆନ୍ତି ମୁଁ
ସେମାନେ କାନ୍ଦିଲେ
ଅକାରଣେ
ସୁଖର ନିଦରେ ଶୁଅନ୍ତି ମୁଁ
ସଭିଏଁ ମୋ କପଟ ଜାଲରେ ଫସିଲେ
