STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପାପୀ ହୃଦୟ

ପାପୀ ହୃଦୟ

1 min
423

କଳା ମେଘ ଢାଙ୍କି ଦିଅନ୍ତା କି

ସୂର୍ଯ୍ୟଙ୍କୁ

ରାଗିଯାଇ ବର୍ଷ ବର୍ଷ

ଆଉ ନଦୀ ମାନେ ବି

ସମୁଦ୍ରକୁ ନ ଯାଇ

ସହର ମୁହାଁ ହୁଅନ୍ତେ

ସବୁ ମଣିଷ ହୁଅନ୍ତେ ଅଵିଵେକୀ ଆଉ

ମୁଁ ଖୁସି ହୁଅନ୍ତି

ହିଂସାର ବନ୍ୟାରେ ପହଁରି ପହଁରି

ବନ୍ଧୁ ଆଉ ବାଲ୍ୟ ବନ୍ଧୁମାନେ

ଶତ୍ରୁ ହୋଇ ଯାଆନ୍ତେ

ମୋ ଛଳନା ଫାଶରେ ଛନ୍ଦିହୋଇ

ହୁଅନ୍ତେ ଅନ୍ଧବିଶ୍ୱାସୀ

ଆଘାତ ଦେଇ

ବିଶ୍ୱାସଘାତ ସାଜି

ଶାନ୍ତି ପାଆନ୍ତି ମୁଁ

ସେମାନେ କାନ୍ଦିଲେ

ଅକାରଣେ

ସୁଖର ନିଦରେ ଶୁଅନ୍ତି ମୁଁ

ସଭିଏଁ ମୋ କପଟ ଜାଲରେ ଫସିଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract