ପାପ ହୁଏନି ନିର୍ମଳ
ପାପ ହୁଏନି ନିର୍ମଳ
କରିବା ପାପକୁ ଲୁଚାଇବା ପାଇଁ
ଯେତେ କରିଲେ ଉପାୟ
ସୁଦ୍ଧପୂତ ସ୍ନାନ ଯେତେ କରୁଥିବ
ପାପ ହୁଏନି ନିର୍ମଳ।।
ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି
ବେକରେ ତୁଳସୀ ମାଳ
ଗେରୁଆ ବସ୍ତ୍ରକୁ ଧାରଣ କରିଲେ
ପାପ ହୁଏନି ନିର୍ମଳ।।
ରାମ ନାମ ଜପି ହୋମ ଯଜ୍ଞ କରି
ମନ ନଥିଲେ ସରଳ
କିପରି କହିବ ଏପରି କରିଲେ଼
ପାପ ହୁଏନି ନିର୍ମଳ।।
କାମନା ଆସକ୍ତି ଭରି ରହିଥିବ
ଇର୍ଷା କରିବ ପ୍ରବଳ
ବାହାର ମନରେ ଚାଟୁ କହୁଥିଲେ
ପାପ ହୁଏନି ନିର୍ମଳ।।
ଜୀଅନ୍ତା ଦେବତା ଛାଡି ଦେଇ ଆମେ
ମନ୍ଦିରକୁ ଯିବା ଧାଇଁ
ଅର୍ପଣ କରିଲେ ନେଇ ଫୁଲ ଫଳ
ପାପ ହୁଏନି ନିର୍ମଳ।।
ଶାସକ ହୋଇଣ ପ୍ରଜାଙ୍କୁ ଲୁଟିବା
ଯାହାର ମନରେ ଥିବ
ଯତନେ ପିନ୍ଧିଲେ ଖଦଡ଼'ର ଖୋଳ
ପାପ ହୁଏନି ନିର୍ମଳ।।
ମୁଖେ ରଙ୍ଗ ବୋଳି ସାଧୁ ବେଶ ଧରି
ପ୍ରବଚନ ଦେଉଥିବ
କାମର ଆସକ୍ତେ ନାରୀ ସଙ୍ଗ ହେଲେ
ପାପ ହୁଏନି ନିର୍ମଳ।।
ରକ୍ଷକ ହୋଇଣ ଭକ୍ଷକ ହୋଇବ
ଏକି ପ୍ରକାର ମଣିଷ
ଏପରି କରିଲେ ପାଏ ତା'ର ଫଳ
ପାପ ହୁଏନି ନିର୍ମଳ।।
ନ୍ୟାୟଧୀଶ ହୋଇ ପାପ ପକ୍ଷ ନେଲେ
ଧର୍ମ କରିବ ବିଚାର
କେତେ ଦାନ କଲେ ପାଏ ତା'ର ଫଳ
ପାପ ହୁଏନି ନିର୍ମଳ।।
