STORYMIRROR

Sunanda Mohanty

Action Classics Others

3  

Sunanda Mohanty

Action Classics Others

ପାହାନ୍ତି ପହର

ପାହାନ୍ତି ପହର

1 min
229


ପାହାନ୍ତି ପହରେ ନିଦ ଭାଙ୍ଗିଗଲେ 

ସ୍ବପ୍ନ ସବୁ ଯାଏ ସରି ସରି 

ସତେ ନବବଧୂ ଓଢଣା ଭିତରେ 

ମୁଁହ ତା ଲୁଚାଇ ଯାଏ ଅପସରି 

ପାହାନ୍ତି ଆକାଶେ

କୁଆଁତାରା ଲାଗେ ଜହ୍ନ ପରି

ଚାହିଁଦେଲେ ଥରେ

ମନରେ ଉଠଇ ଝଡ଼ ଭାରି

ପାହାନ୍ତି ପହରେ  

ଶୀତୁଆ ସକାଳେ କୁହୁଡି ଭରି 

ଶିଶିର ଟୋପା ରେ ଘାସ ପଡ଼ିଆଟା ମୁକ୍ତାଭରି 

ପାହାନ୍ତି ପହରେ ନିଦ ନଆସିଲେ 

ଅଳସ ଭିତରେ ଦେହ ମନ 

ଏତେ ଭାରି ଭାରି 

କଅଁଳ ସୂର୍ଯ୍ୟଙ୍କ ପରଶ ଭିତରେ 

ପକ୍ଷୀ ଉଡୁଥାଏ ଥିରି ଥିରି 

ନେଉଳ ଭାଇଟା ତରତର କରି 

ଏମୁଣ୍ଡୁ ସେମୁଣ୍ଡୁ ଦଉଡୁଥାଏ 

ପଛକୁ ଅନାଇ ବୁଲି ବୁଲି କରି 

ପାହାନ୍ତି ପହରେ 

ଟିକି ଛୁଆଟିକୁ ନିଦ ଭାରି 

ଅଳସ ଆଖିରେ ଭିଡି ମୋଡ଼ି ହୁଏ 

ମାଆ କୋଳେ ଶୋଇ କରି 

ପାହାନ୍ତା ପହରେ ଗାଇ ଗୁହାଳ ରେ 

ହମ୍ବା ରଡି କରି ଘାସ ଖାଇବାକୁ ମନ କରି 

ଧୂଆଁ ର ନିଆଁରେ ମଶା ଘଉଡାଏ 

ମାଲିକ ତାହାରି ଯତ୍ନ କରି 

ପାହାନ୍ତି ପହରେ

କବି ତା ଲେଖନୀ ମୁନରେ 

ଲେଖିଯାଏ କେତେ ପାଥେୟକୁ ଭିତ୍ତି କରି 

ପାଠ ପଢ଼ୁଥିବା ପୁଅ ଝିଅଙ୍କୁ 

ଡାକନ୍ତି ବାପା ଉଠ ହରି ଆଉ ଝରି 

ପାହାନ୍ତି ପହରେ 

ମୁଁ ଚାଁହୁଥାଏ ଥିରି ଥିରି 

ଦିନକ ଯାକର ଜଞ୍ଜାଳ ଭିତରୁ 

ଏଇ ମୁହୂର୍ତ୍ତର ଏତେ ଉସ୍ମତା ଆଦ୍ରତା ବାଗ୍ମିତା

 ଚିନ୍ତନ ଭଜନ କିଏ ଦେଲା ଭରି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action