STORYMIRROR

Dharitri Das

Action

3  

Dharitri Das

Action

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
277


କରିଛି ଭରଷା ଆହେ ଜଗନ୍ନାଥ

ପୂରଣ କରିବୁ ମୋର ମନୋରଥ।

ବିଶ୍ୱାସ ଭାଙ୍ଗିବୁ ନାହିଁ ଜଗନ୍ନାଥ

ବିପଥ ଗାମିକୁ ଦେଖାଇବୁ ପଥ।

ଭାଙ୍ଗିବୁନି କେବେ ମୋର ସଂସାରକୁ

ଦୟା କରିଥିବୁ ତୋର ଭକତକୁ।

ଭକତ ବତ୍ସଳ ନାମ ବହିଅଛୁ

ଭକତର ଦୁଃଖ କେମନ୍ତେ ଦେଖୁଛୁ।

କାନ୍ଦି କାନ୍ଦି ଭକ୍ତ ତୋହରି ଦୁଆରେ

ଗଡି ଯାଉଅଛି ଦୟା କର ବାରେ।

ଏବେଳେ ନିଷ୍ଠୁର ଯେବେ ତୁ ହୋଇବୁ

ସଂସାରେ ଆଦର କିପରି ପାଇବୁ।

ଦୀନବନ୍ଧୁ ନାମ ଜଗତେ ବିଖ୍ୟାତ

ଦିନଜନ ବନ୍ଧୁ ହୋଇବୁ ସତତ।

ଏକଥା ଜାଣନ୍ତି ଏ ସାରା ଜଗତ

ନଭୁଲ ଏ କଥା ଆହେ ଲକ୍ଷ୍ମୀକାନ୍ତ।

ତୁହି ମୋର ପିତା ତୁହି ମୋର ମାତା

ମୋର ମନ ରଖ ଜଗତ କରତା।

କରୁଛି ବିନତି ଆହେ ଶିରିପତି

ହରିବୁ ମୋହର ସମ୍ପୂର୍ଣ୍ଣ ବିପତ୍ତି।

ତୋର ପାଦେ ମୁହିଁ ଅଟେ ସମର୍ପିତ

ନାଶନ କରିବୁ ମୋହର ଦୁରିତ।

ଦୁରିତ ନାଶନ ନାମକୁ ତୋହର

ଭୁଲିବିନି କେବେ ଜୀବଥାଉଁ ମୋର।

ନ ଚାହିଁବୁ ଯେବେ ହାରିଯିବି ମୁହିଁ

ହାରିଗଲେ ମୁଁହ ଲୁଚାଇବି କାହିଁ।

ତେଣୁକରି ମୁଁ ଯେ ହାରିବି ଜୀବନ

ଦୋଷଲଦୀ ତୋ ମୁଣ୍ଡେ ଚକା ନୟନ।

ଏହା ଅଟେ ମୋହର ଶେଷ ନିଷ୍ପତ୍ତି

ଜାଣିଥାଅ ବାରେ ଆହେ ବିଶ୍ୱପତି।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action