STORYMIRROR

କଳ୍ପନା ରାୟ

Tragedy Action

3  

କଳ୍ପନା ରାୟ

Tragedy Action

ଦାଦନ

ଦାଦନ

1 min
250


ମୁଁ ଦାଦନ, ମାନେ କ'ଣ

ଯିଏ ପେଟ ପିଠି ପାଇଁ ଲଢେଇ କରେ

ଅହରହ

ଏଠି, ସେଠି, ସବୁଠି

ପାଠ ପଢିଥାଏ କି ନ ପଢିଥାଏ

କିଏ ପଚାରେ ନାହିଁ

ଖଣ୍ଡେ ଭାତ, ଖଣ୍ଡେ କନା ପିଠି ପାଇଁ


ମୋ ଜନ୍ମଭୂମି ମୋର ପ୍ରିୟ

ତଥାପି ରହିପାରେନା

ମାଆବାପାର ଭୋକିଲା ମୁହଁ

ପିଲାର ବୁକୁଫଟାକାନ୍ଦ ସହିପାରେନା

ଘର ଛାଡ଼ିବାକୁ ବାଧ୍ୟ

ପ୍ଲାଷ୍ଟିକ ଫ୍ୟାକ୍ଟ୍ରି ବା ସୁରଟର ଲୁଗାକଳ

ଯେଉଁଠି ମିଳୁ କାମ, ମୁଁ ଦାଦନ


ମୁଁ ଦାଦନ, ସ୍ବପ୍ନ ମୋର ଅନ୍ୟ କିଛି ନୁହେଁ

ଦୁଇ ମୁଠା ପଖାଳ

ଖଣ୍ଡେ ଲୁଗା ଆଉ ନୁଆଁଣିଆ ଚାଳ

ମହାମାରୀ ଭୟଭୀତ କରେନା

କେଉଁ ରୋଗକୁ ଅନେଇ ପାରେନା

ଖଟି ଖଟି ଯାଏ କାଳ

ଦେଖେ ମାଲିକର କୁକୁର ଖାଏନା ମାଂସ

ଦେଖି ଉଡଇ ଉହାସ

କାମ ପାଇଁ ବୁଲେ ଆଜି ମହାରାଷ୍ଟ୍ର

କାଲି ବାଙ୍ଗାଲୋର ତ ସୁରଟ


ମୁଁ ଦାଦନ, ସମ୍ପର୍କ ମୋ ଭାତ ଲୁଗା ସହ

ନାହିଁ ମୋତେ କେମିକାଲର ଭୟ

ଛାଡେନାହିଁ ପଥର/ମାଟି ବୋହିବାର ମୋହ

ନିଶ୍ଵାସରେ ସରୁ ପାଉଁଶର ଗୁଣ୍ଡ

ସବୁ କରିପାରେ ମୁଁ ପିଲା ଆଉ ବୁଢାଵାପା ପାଇଁ

ଯାଏନା ମୋଠାରୁ ତାଙ୍କୁ ବଞ୍ଚେଇ ରଖିବାର ମୋହ

ମହାମାରୀ ଭୟ ନାହିଁ

ଚାଲିଯାଏ ପିଠି ଦେଇ

ସୁନାର ସଂସାର ଗଢ଼ିବା ଲୋଭରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy