STORYMIRROR

pranati Mahapatra

Action Children

3  

pranati Mahapatra

Action Children

ଧନ(ଜନ୍ମଦିନ)

ଧନ(ଜନ୍ମଦିନ)

1 min
177

ଗର୍ଭ ସଞ୍ଚାରରୁ ଆହ୍ଲାଦିତ ହୁଏ

ଖୁସି ଦ୍ବିଗୁଣିତ ହୁଏ,

ଭୂମି ସ୍ପର୍ଶ ପରେ ପରିଚୟ ତାର

ଆଉ ଗୋଟେ ହୋଇଥାଏ।

ସ୍ମରଣୀୟ ପାଇଁ ପ୍ରତିବର୍ଷ ସେହି

ଦିନଟି ପାଳନ ହୁଏ,

ବିଭୁ ପାଦେ ମୋର ସୁଖ ଖୁସି ପାଇଁ

ମୁଣ୍ଡକୁ ସିଏ ବାଡାଏ।

ସେହି ଦିନ ନାନା ଦେବାଦେବୀ ପାଶେ

ପୂଜାର୍ଚ୍ଚନା ସିଏ କରେ,

ସୁମିଷ୍ଟ ଭୋଜନ ନବବସ୍ତ୍ରେ ମୋର

ମନକୁ ଖୁସି ସେ କରେ।

ବୁଝାଇ କହଇ ଏହି ନକ୍ଷତ୍ରରେ

ହୋଇଥିଲା ତୋର ଜନ୍ମ,

ମୋ ଥିବା ଯାଏ ପ୍ରତିବର୍ଷ ନିଶ୍ଚେ

ପାଳିବି ତୋ ଜନ୍ମଦିନ।

ଖୁସିରେ ରହ ତୁ ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action