STORYMIRROR

Amit Bal

Action Inspirational

3  

Amit Bal

Action Inspirational

ନିଷ୍ପତ୍ତି

ନିଷ୍ପତ୍ତି

1 min
22

ମୂଲ୍ୟବୋଧକୁ ନେଇ ମନୁଷ୍ୟ

             ଜୀବନରେ ନିଷ୍ପତ୍ତି ନିଏ 

ନିଷ୍ପତ୍ତି ଠିକ୍ ମନେ ହେଲେ

               ସେ ପ୍ରଗତିକୁ ଛୁଏଁ ......


କବିତା ଲେଖିବା ମୋର ବ୍ୟକ୍ତିଗତ ନିଷ୍ପତ୍ତି ,

କବିତା ହୃଦୟର ସ୍ପନ୍ଦନ ସାଥେ ମନର ଭାବକୁ

             ବ୍ୟକ୍ତ କରିବାର ଉପଯୁକ୍ତ ସାଥି .....


ମୋର ମନ କହେ

    ଯେବେ ମନୁଷ୍ୟର ଅତିନ୍ଦ୍ରିୟ ସ୍ତରରେ

            ହଇ ଚଇ ସୃଷ୍ଟି ହୁଏ ,

ମନୁଷ୍ୟ କବିତାରେ ନିଜ ସ୍ବପ୍ନ ସବୁକୁ

    ନିଜ ଇଛା ମୁତାବକ

          ଗୋଟି ଗୋଟି ରୂପ ଦେବାକୁ ଚାହେଁ ........


କବିତାରେ କବି ପ୍ରଥମେ ନିଜକୁ ଖୋଜେ

         ପରେ ନିଜ ଭିତରେ ହିଁ ନିଜେ ହଜେ,


କବିତା ଲେଖିବା ନିଷ୍ପତ୍ତି କବିର

        କେବେ ଶବ୍ଦକୁ କରେ ସେ ନିଜର

             କେବେ ଭାବକୁ କରେ ଆଦର ,


କବିତା ରଚନା ଥରେ ଶେଷ ହେଲା ପରେ

         କବିତାର ରୂପ ରଙ୍ଗ ଭଲ ମନ୍ଦ

    ଗୋଟାପଣେ ପାଠକ ପାଠିକାଙ୍କ ନିଜସ୍ଵ ବିଚାର .....।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action