ପାଗେଳିର ଚିତ୍କାର
ପାଗେଳିର ଚିତ୍କାର
ବେଳେବେଳେ ପାଖେ ଥାଇ ବି ଖୋଜେ
ପାଗଳ ହେଇକି
ଲୋକ କହନ୍ତି ଧେତ ପାଗେଳି
କିନ୍ତୁ ପାଗଳଟା ମନରେ ବି ଭଲ ପାଉଥାଏ
ତାକୁ ତ ଦିଶେ ନାଇଁ ତା ବିନୁ
କହିବ କଣ ଆଉ ।।
ସେ ସିନା କର୍ତବ୍ୟ ପଥେ
ଭୁଲିଲା ନିଜ ମୋହ
ସେ ତ ବୁଝେଇପାରେନି ନିଜ
କଥା ନିଜ କୋହ ହେଇଯାଏ ଲୁହ ।।
ଧେ ତ ପାଗେଳି
ଧେ ତ..
ପାଗେଳି କାଇକି ପାଗେଳି ହେଲା
ବୁଝିବାକୁ ନ ଥାଏ ଧୈର୍ଯ୍ୟ
ମୁ ବି ଦିନେ ମଣିଷ ଥିଲି କହିବୁଲେ
ସେ ପାଗେଳି ।।
କର ଲକ୍ଷ ତାର ହାବ ଭାବ
ନୁହଁ ସେ ତ କାହାରି
ଯାହା ପାଇଁ ସେଇ ଦିନେ ସମର୍ପିଛି
ସେ ତ କରିଦେଲା ପର
ମନ ରେ ମରିବି ବୋଲି ଭାବି ଦେଲା ସିନା
ନ ମରିପାରେ ସେ ନୁହେଁ କାପୁରୁଷ ର ।।
ଭୋଗ୍ୟ ସିନା ହେଇ ଗଲା ସେ କାହାର
କିଏ ତ ଭାବିଲେନି ସେଇ ତ ଗୋଟେ ନର ।।
ଆଜି ର ବିପର୍ଯ୍ୟସ୍ତ ଦୁନିଆ ରେ
ସ୍ମାର୍ଟ ଭାବୁଥିବା ଧନୀ ଲୋକ ବି
ଆଖି ପକାଏ ସେ ପାଗେଳି ଉପରେ
କରି ଚାଲେ ପିଶାଚ ର ଅତ୍ୟାଚାର
ଭାବେ ସେ ତ ଉଠେଇ ପାରିବନି
ଅନ୍ୟାୟ ର ସ୍ୱର ...
ଉଠେଇଲେ ବା କଣ ହେବ
ପାଗେଳି ବା..
ଧେ ତ ପାଗେଳି ..
ପ୍ରେମ ରେ ଅନ୍ଧ ହେଇ ଛାଡିଥିଲା ଯୋଉ ଦୁଆର
ଆଜି ତ ସେ ଫେରିପାରିବନି ସେଇଆ ହି ସ୍ଵାଭିମାନ ର ।।
ଧେ ତ ପାଗେଳି କହିଦିଅନ୍ତି ସେଇ
ଅତର ଅତର ବାସୁଥିବା ଲୋକ ମାନେ
କିନ୍ତୁ ନିଶବ୍ଦ ରାତ୍ରିରେ ସେ ଅତର ସହ
ମିଶିଯାଏ ପାଗେଳି ର ବାସ୍ନା
ଓ ଗନ୍ଧ ମଦ ର ।।
ଚିର ନିସ୍ପେଷିତ ଚିର ଅସହାୟ
ନେଇ ପାରେନି ବି ଯମ
ପାଇପାରେନି ସେ ବି କ୍ଷମା
ଶୁଣେଇ ପାରେନି ତା ବିଳାପ
ମରି ବାକୁ ଚାହିଁ ବି
ଯମ ନିଏନି ବୋଧେ କରେ ତାକୁ ଘୃଣା
ହେଇ ଯିବାଟା ସ୍ଵଭାବିକ ପାଗେଳି ।।
ଦିନରେ ପାଗେଳି କହି ହସୁ ଥିବା ଅତର ବାସ୍ନା ମୟ ଲୋକ
ରାତିରେ ସୁଯୋଗ ନିଏ ପାଗେଳି ର ଅସହାୟ ର ।।
ପାଗେଳି ହି ସହି ଯାଏ ବୋଲି
ନ ସହିଲା ଵାଲା ବି ପ୍ରତିବାଦ କରିଲେ
ହସି ଉଡାଇ ଦିଏ ଦୁନିଆ ପାଗେଳି କହିକି
କିନ୍ତୁ
ସେ ବଞ୍ଚିବାକୁ ଚାହିଁ ବି ଦୂର କୁ ଚାଲି ଯାଏ
କିନ୍ତୁ ରାତ୍ରିର ଅନ୍ଧକାର ରେ କଣ ଥାଏ
ନା ମାଦକତା
ଆଉ କିଛି ଅତର ବାସ୍ନା ବୋଳି ହେଲା ଵାଲା ବି ଆସି
କୋଳେଇନେବା ବାହାନାରେ
କରିଦିଅନ୍ତି ଭୋଗ୍ୟ ନିଜ ଭୋକ ର ।।
ଦିନ ରେ ରାମ ରାମ ଡାକିକି
ରାତିରେ ପାଗେଳି ପାଖରେ ନିଦ୍ରା ତସ୍ତ
ପାଗେଳି ବିଚରା
ହେଇଯାଏ ହି ଏ ସବୁ ଥିରେ
ପାଗଳି ।।
ବାଧ୍ୟ ହେଇ ଖୋଜେ ଅଗମ୍ୟ ଜଙ୍ଗଲ
ହେଇଯିବାକୁ ବାଘ ଭାଲୁ ର ଶିକାର ।।
ଜଙ୍ଗଲ ରେ ବା ଆଉ କି ଅଛି ବାଘ
ମଣିଷ ରୂପୀ ନିଶାଶକ୍ତ ବାଘ ହି ଖାଇ ଯାଏ
ତାକୁ ତିଳ ତିଳ କରି ।।
ସେଠି ପଡି ରହି ଛଟ ପଟ ହେଇ ଖୋଜେ ପାଗେଳି
ମୃତ୍ୟୁ ର ଆଗମନ ର ସୂଚନା ।।
ସ୍ମିତା ତ୍ରିପାଠୀ
ଖଲାରୀ ଅନଗୁଳ
