STORYMIRROR

Sanuja Meghamala

Abstract

4  

Sanuja Meghamala

Abstract

ପାଦ

ପାଦ

1 min
183


ପଥହୁଡା ପଥିକ ମୁଁ

 ଏକ ଭୁଲ୍ ରାସ୍ତାରେ 

ପାଦ ପକେଇଦେଲା ପରେ

 ପଛକୁ ଚାହିଁ ଖୋଜେ

 ନିଜ ଭୁଲ୍ ଯୋଗୁଁ ଛାଡ଼ି ଆସିଥିବା 

ଚିର ଇପ୍ସିତ ସୁଗମ ପଥକୁ 

ଯେଉଁଠି ଥିଲେ ମୋତେ ଆପଣାର

ଭାବୁଥିବା ମୋ ନିଜ ଲୋକମାନେ।

ନିଜର ଅହଂ ଓ ଅହମିକା

ମିଛ ସମ୍ମାନ ଓ ସମ୍ପର୍କକୁ

ଭରସା କରି ଏମିତି ରାସ୍ତା ଭୁଲି

ଏ ଅଜଣା ଅବାଟରେ ଏବେ

 ପାଦ ପକେଇ ଦେଲି ଯେ !

ମୁଖା ପିନ୍ଧା ଲୋକଙ୍କ ଗହଳିରେ

ନିଜର ଅସ୍ତିତ୍ବ ଅଚିହ୍ନା ଲାଗେ

ପ୍ରତିକ୍ଷଣେ ହାରିବା ଭୟ

ମିଛ ଅଭିନୟ, ଭଙ୍ଗା ସ୍ଵପ୍ନର ସ୍ମୃତି

ଆକ୍ତା ମାକ୍ତା କରିଦିଏ ମନ

ଆଖି ଆଗରେ ଝାପସା ଅନ୍ଧାର

ଗନ୍ତବ୍ୟ ଦିଶାହୀନ 

କୂଳ କିନାରା ମିଳେ ନାହିଁ।

ଏ କଣ୍ଟକ ପୂର୍ଣ୍ଣ ରାସ୍ତାରେ

ବାଟ ଚାଲୁ ଚାଲୁ ଯେତେ

କ୍ଷତାକ୍ତ ..ରକ୍ତାକ୍ତ ହେଲେ ବି

ଯାତ୍ରା ଯେ ଅନିର୍ବାର୍ଯ୍ୟ

ବିରାମ ନାହିଁ ?

ଥରେ ପାଦର ଗତି 

ଶିଥିଳ ହୋଇଗଲେ

ପହଞ୍ଚିବା ଅସମ୍ଭବ ହେବ

ନିଜର ସେ ଇପ୍ସିତ ଲକ୍ଷ୍ୟସ୍ଥଳରେ ।




Rate this content
Log in

Similar oriya poem from Abstract